ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟରତ ଏଏସଆଇ ରେଣୁ ପ୍ରସାଦ ପ୍ରଧାନ ବୁଧବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି l ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ରାଇସିଂଯୋଡି ନାଳ ନିକଟସ୍ଥ ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଖବର ପାଇ ତେନ୍ତୁଳିଖୁଣ୍ଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି l ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଥିବାବେଳେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବ ବୋଲି ଜଣାପଡିଛି l ଏଏସଆଇ ଶ୍ରୀ ପ୍ରଧାନଙ୍କ ନିଜ ଘର ପାପଡାହାଣ୍ଡି ଥାନା ଅନ୍ତର୍ଗତ ତୁମ୍ବର୍ଲା ଗ୍ରାମରେ ହୋଇଥିବାବେଳେ ସେ ସପରିବାର ତେନ୍ତୁଳିଖୁଣ୍ଟି ପୋଲିସ କଲୋନୀରେ ରହୁଥିଲେ ।