ମୁମ୍ବାଇ, : ମୁହଁ ଖୋଲିଛନ୍ତି ବଲିଉଡର ସୁପରଷ୍ଟାର ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ଆହୁଜା । ନିକଟରେ ସେ ଏକ ସାକ୍ଷାତକାରରେ ସେ ତାଙ୍କ ସ୍ୱାମୀଙ୍କ ଅନେକ ଗୁମର ଫିଟାଇଛନ୍ତି । ତାଙ୍କ ବ୍ୟତୀତ ଗୋବିନ୍ଦାଙ୍କ ବିବାହ ବଲିଉଡର ଜଣେ ଚର୍ଚ୍ଚିତ ଅଭିନେତ୍ରୀଙ୍କ ସହ ପକ୍କା ହୋଇଯାଇଥିବା ମଧ୍ୟ ସେ କହିଛନ୍ତି । ସେ କହିଛନ୍ତି, ତାଙ୍କ ସ୍ୱାମୀ ତଥା ଅଭିନେତା ଗୋବିନ୍ଦା ୯୦ ଦଶକରେ ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ
ସହ କାମ କରିଛନ୍ତି । ସେମାନଙ୍କ ଭିତରୁ ସେତେବେଳେର ଚର୍ଚ୍ଚିତ ଚେହେରା ରବିନା ଟଣ୍ଡନ ତାଙ୍କ ସ୍ୱାମୀଙ୍କୁ ବିବାହ କରିବାକୁ ·ହୁଁଥିଲେ ।
ସୁନୀତା କହିଛନ୍ତି, ଗୋବିନ୍ଦା ସେହି ସମୟରେ ବହୁତ ବ୍ୟସ୍ତ ଥିଲେ ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଭେଟିବାକୁ ମଧ୍ୟ ସକ୍ଷମ ନ ଥିଲେ ।
ଗୋବିନ୍ଦା ତାଙ୍କୁ ସୁଟିଂ ପାଇଁ ବହୁତ ବ୍ୟସ୍ତ ରହୁଥିଲେ । ତେବେ ଆଉଟଡୋର ସୁଟିଂ ସମୟରେ ସେ ଆଉ ଗୋବିନ୍ଦା ଶିଳ୍ପା ଶେଟ୍ଟୀ, ମନୀଷା
କୋଇରାଲା ଏବଂ ରବିନା ଟଣ୍ଡନଙ୍କ ପରି ଅଭିନେତ୍ରୀମାନଙ୍କ ସହ ମଜା କରୁଥିଲେ । ସେହିପରି ସମସ୍ତେ ଏକାଠି ବସି ସୁଟିଂ ପରେ ଖାଦ୍ୟ
ଖାଉଥିଲେ । ରବିନା ଟଣ୍ଡନଙ୍କ ବିଷୟରେ କହି ସୁନୀତା କହିଛନ୍ତି, ରେବିନା ବିଷୟରେ ସୁନୀତା କହିଛନ୍ତି, ମୋ ସହିତ ବିବାହ ହୋଇ ନ ଥିଲେ ରବିନା, ଗୋବିନ୍ଦାଙ୍କୁ ବିବାହ କରିବାକୁ ମନ ବଳାଇଥିଲେ । ସେହି ସମୟରେ ମୁଁ ଥଟ୍ଟା କରି ତାଙ୍କୁ କହୁଥିଲି, ଠିକ୍ ଅଛି ତାଙ୍କୁ ନେଇଯାଅ ପରେ ତୁମେ ଜାଣିବ । ସୁନୀତା ଆହୁରି ମଧ୍ୟ କହିଛନ୍ତି ଯେ, ରବିନା ଟଣ୍ଡନ ଏବଂ କରିସ୍ମା କପୁରଙ୍କ ସହ ଗୋବିନ୍ଦାଙ୍କ ଯୋଡିକୁ
ସେ ବହୁତ ଭଲ ପାଆନ୍ତି ।