ହାଇଦ୍ରାବାଦ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ
କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଭଗବାନ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମୋଦି କହିଛନ୍ତି ଯେ ୬୦ ବର୍ଷର ବ୍ୟବଧାନ ପରେ ଲୋକଙ୍କ ଆଶୀର୍ବାଦରେ ଦେଶରେ କ୍ରମାଗତ ତୃତୀୟଥର ପାଇଁ କେନ୍ଦ୍ର ସରକାର ନିର୍ବାଚିତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଗଠନ ପରେ ଆନ୍ଧ୍ରପ୍ରଦେଶରେ ସରକାରୀ ଭାବେ ଏହା ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ଥିଲା । କାର୍ଯ୍ୟକ୍ରମ
ପୂର୍ବରୁ ରୋଡ୍ ସୋ\’ ସମୟରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବାରୁ ଶ୍ରୀ ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଭାଷଣ ସମୟରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରତ୍ୟେକ ଶବ୍ଦ ଏବଂ ଭାବନାକୁ ସମ୍ମାନ କରନ୍ତି । ଆନ୍ଧ୍ରପ୍ରଦେଶ ଏବଂ ଭାରତର ଜନସାଧାରଣଙ୍କ ସମର୍ଥନରେ ଶ୍ରୀ ନାଇଡୁ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିବା ସମସ୍ତ ଲକ୍ଷ୍ୟ ହାସଲ କରିବା ପାଇଁ
ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଆମ ଆନ୍ଧ୍ରପ୍ରଦେଶ ଏକ ସମ୍ଭାବନା ଏବଂ ସୁଯୋଗର ରାଜ୍ୟ, ଶ୍ରୀ ମୋଦି କହିଥିଲେ । ଯେତେବେଳେ ଏହି ସମ୍ଭାବନାଗୁଡିକ ଉପଲବ୍ଧ ହେବ, ସେତେବେଳେ ଆନ୍ଧ୍ରପ୍ରଦେଶର ବିକାଶ ହେବ ଏବଂ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ
ବୋଲି ସେ ମନ୍ତବ୍ୟ ଦେଇଥିଲେ । ଆନ୍ଧ୍ରପ୍ରଦେଶର ବିକାଶ ଆମର ଲକ୍ଷ୍ୟ ଏବଂ ଆନ୍ଧ୍ରପ୍ରଦେଶବାସୀଙ୍କ ସେବା କରିବା ଆମର ପ୍ରତିବଦ୍ଧତା ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ୨୦୪୭ ସୁଦ୍ଧା ଆନ୍ଧ୍ରପ୍ରଦେଶ ୨.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାପାଇଁ ଲକ୍ଷ୍ୟ
ରଖିଛି ବୋଲି ଶ୍ରୀ ମୋଦି ଆଲୋକପାତ କରିଥିଲେ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ‘ସ୍ୱର୍ଣ୍ଆନ୍ଧ୍ର ଅ୨୦୪୭\’ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସହ କାନ୍ଧରେ କାନ୍ଧ ମିଳାଇ କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ଲକ୍ଷ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପରେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ବିଶେଷ
ପ୍ରାଥମିକତା ଦେଉଛନ୍ତି ବୋଲି କହିଥିଲେ । ଆଜି ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରାଯିବା ସହ ଏହି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଆନ୍ଧ୍ରପ୍ରଦେଶବାସୀ ଓ ସମଗ୍ର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆନ୍ଧ୍ର ପ୍ରଦେଶ ନିଜର ଅଭିନବ ପ୍ରକୃତି ଯୋଗୁଁ ଆଇଟି ଏବଂ
ପ୍ରଯୁକ୍ତିବିଦ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆନ୍ଧ୍ରପ୍ରଦେଶ ପାଇଁ ବର୍ତ୍ତମାନ ଭବିଷ୍ୟତ ପ୍ରଯୁକ୍ତିର କେନ୍ଦ୍ର ହେବାର ସମୟ ଆସିଛି । ଗ୍ରୀନ୍ ହାଇଡ୍ରୋଜେନ ଭଳି ଉଦୀୟମାନ ଜ୍ଞାନକୌଶଳରେ ନେତୃତ୍ୱ ନେବାର ଗୁରୁତ୍ୱ ଉପରେ ସେ
ଆଲୋକପାତ କରିଥିଲେ । ୨୦୨୩ ରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ ଆରମ୍ଭ ହୋଇଥିଲା ଏବଂ ୨୦୩୦ ସୁଦ୍ଧା ୫ ନିୟୁତ ମେଟ୍ରିକ ଟନ୍ ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି
ଗ୍ରୀନ୍ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠା କରାଯିବ, ସେଥିମଧ୍ୟରୁ ଗୋଟିଏ ବିଶାଖାପାଟଣାରେ ହେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶାଖାପାଟଣା ବିଶ୍ୱର ସେହି ଅଳ୍ପ କେତୋଟି ସହର ମଧ୍ୟରୁ ଗୋଟିଏ ହେବ ଯେଉଁଠାରେ ବୃହତ ପରିମାଣର ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ ସୁବିଧା ରହିଛି
ଆନ୍ଧ୍ରପ୍ରଦେଶର ବିକାଶ ଆମର ଲକ୍ଷ୍ୟ, ଆନ୍ଧ୍ରବାସୀଙ୍କ ସେବା କରିବା ଆମର ପ୍ରତିବଦ୍ଧତା: ମୋଦି
Prev Post