ମନ୍ତ୍ରୀ ଷ୍ଟୋନ୍ ଇଣ୍ଟରନ୍ୟାସନାଲରେ କାଜାରିଆ ସୋ\’ ରୁମ୍ ଉଦ୍‌ଘାଟିତ

0 8

ଭୁବନେଶ୍ୱର,: ମନ୍ତ୍ରୀ ଷ୍ଟୋନ୍ ଇଣ୍ଟର ନ୍ୟାସନାଲରେ କାଜାରିଆର ନୂତନ ସୋ’ରୁମ୍ ଡଃ ପ୍ରଫେସର ଅଚ୍ୟୁତ ସାମନ୍ତ କିଟ୍, କିସ୍ ଓ କିମ୍ସର
ପ୍ରତିଷ୍ଠାତାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ମନ୍ତ୍ରୀ ଷ୍ଟୋନ୍ ଇଣ୍ଟର ନ୍ୟାସନାଲର ମାଲିକ ଶ୍ୟାମ ସୁନ୍ଦର ମନ୍ତ୍ରୀ କାଜାରିଆ ଟାଇଲ୍ସର ଗୁଣ
ଗୁଣବତ୍ତା ଏବଂ ଦୈନନ୍ଦୀନ ଜୀବନରେ ଏହାର ବ୍ୟବହାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କାଜାରିଆ ଟାଇଲ୍ସର ଗୁଣବତ୍ତା, ପ୍ରତିଯୋଗିତାମୂଳକ ମୁଲ୍ୟ, ଲୋକପ୍ରିୟତା ବୃଦ୍ଧି ଦିଗରେ ସେ ଗୁରୁତ୍ୱ ଦେଇଥିବା ସହ ଗ୍ରାହକ ସନ୍ତୁଷ୍ଟି ଓ ଉତ୍ତମ ଗ୍ରାହକ ସେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଗ୍ରୁପ୍ ଅଫ୍ କମ୍ପାନୀଜ ନୀଜ୍ର ଜଗଦୀଶ ମାହେଶ୍ୱରୀ, ରୋନକ ମାନ୍ଧନା, ସଞ୍ଜୟଜୀ ମୋର, ନୀତେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥ୍, ଶ୍ରୀ ସାମନ୍ତ ମନ୍ତ୍ରୀ ନ୍ତ୍ରୀ ଷ୍ଟୋନ୍ ଇଣ୍ଟର ନ୍ୟାସନାଲ ପରି ଭରସାଯୋଗ୍ୟ
ବ୍ୟବସାୟ କରିବା ସପକ୍ଷରେ ନିଜର ମତ ରଖିଥିଲେ । ୫୦ ଜଣ ବଛା ବଛା ବିଲଡ଼ର, ୪୦ ଜଣ ଆର୍କିଟେକ୍ଟ, ସାମାଜିକ ସଂସ୍ଥା ଏବଂ ୧୦୦ ଜଣ ପୁରୁଣା ଗ୍ରାହକ ନୂତନ ଭାବେ ଖୋଲିଥିବା କାଜାରିଆର ଉଜ୍ଜଳ ଭବିଷ୍ୟତ ପାଇଁ ନିଜର ଶୁଭେ ଶୁଭେଚ୍ଛା ଜଣାଇଥିଲେ । କାଜାରିଆ ଓଡିଶା ମୁଖ୍ୟ ତ୍ରିବିକ୍ରମ ନନ୍ଦ ପ୍ରଡକ୍ଟର ଗୁଣବତ୍ତା ଓ ବ୍ୟବହାର ଉପରେ ବୁଝାଇ କହିଥିଲେ ଏବଂ ଏଚ୍ ଅରୁଣ ରାଠୀ, ସୁନିଲ ମୁଦ୍ରା, ସୁନିଲ ରାଠୀ, ଅଭିଷେକ ମନ୍ତ୍ରୀ, ଅଶୋକ ଶାରଦା, ଅନିଲ ରାଠୀ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Leave A Reply

Your email address will not be published.