ଇକୋ-ରିଟ୍ରିଟ୍ରେ ମିଳୁଛି ପୁଷ୍ଟିଶସ୍ୟ ଓ ସେଥିରୁ ପ୍ରସ୍ତୁତ ଖାଦ୍ୟ

0 10

ଭୁବନେଶ୍ୱର,: ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ଡିସେମ୍ବର ୧ରୁ ଆରମ୍ବ ହୋଇଥିବା ଇକୋ-ରିଟ୍ରିଟ୍ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ
·ଲିବ । ପର୍ଯ୍ୟଟକମାନେ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନ ସ୍ଥଳୀର ମଜା ନେବା ସହ ପର୍ଯ୍ୟଟନର ବିକାଶ ନିମନ୍ତେ
ଏହି ପଦକ୍ଷେପ ନିଆଯାଇଛି । ପର୍ଯ୍ୟଟକମାନେ ଆମୋଦପୂର୍ଣ୍ଣ ରହଣି, ଜଳ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିତ୍ତ ଖାଦ୍ୟର ମଜା ନେଉଛନ୍ତି । ରାଜ୍ୟର କୋଣାର୍କ, ପୁଟସିଲ, ସୋନାପୁର, ଦାରିଙ୍ଗବାଡି, ଭିତରକନିକା, ସାତକୋଶିଆ ଓ ହୀରାକୁଦ ୭ଟି ସ୍ଥାନରେ ଇକୋ ରିଟ୍ରିଟର ଆୟୋଜନ କରାଯାଇଛି । ଶ୍ରୀ ଅନ୍ନ ଅଭିଯାନ, ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର କାର୍ଯକ୍ରମ । ଶ୍ରୀ ଅନ୍ନ ଅଭିଯାନ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ କୋଣାର୍କ, ଦାରିଙ୍ଗବାଡି, ସୋନାପୁର ଓ ପୁଟସିଲରେ ଆୟୋଜିତ ଇକୋ-ରିଟ୍ରିଟ୍ରେ ଶ୍ରୀ ଅନ୍ନ (ପୁଷ୍ଟିଶସ୍ୟ) ଓ ଏଥିରୁ ପ୍ରସ୍ତୁତ
ବିଭିନ୍ନ ଖାଦ୍ୟର ପ୍ର·ର ଓ ପ୍ରସାର କରାଯାଉଛି । ବର୍ତ୍ତମାନ ପର୍ଯ୍ୟଟକମାନେ ଏହି ସ୍ଥାନ ମାନଙ୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିତ୍ତ ଖାଦ୍ୟର ମଜା ନେଇପାରିବେ । ଏହି ସ୍ଥାନମାନଙ୍କରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୋଡ ପିଠା, ମାଣ୍ଡିଆ ଲଡୁ, କାକରା ପିଠା, ମଣ୍ଡା ପିଠା ଓ ମାଲପୁଆ ସାଙ୍ଗକୁ ମାଣ୍ଡିଆରୁ ପ୍ରସ୍ତୁତ ·ଓମିନ୍, ସ୍ୟାଣ୍ଡୱିଚ, ମିଲେଟ୍ ନନ୍ ଭେଜ ଫ୍ରିଟରସ୍ ଓ ଦହିବାର ଆଦି ଉପଲବ୍ଧ ହେଉଛି । ଏହାସହିତ ଶୁଖିଲା ଖାଦ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ ନିମକି, ଜହ୍ନା ସେଉ, ମାଣ୍ଡିଆ ମିକ୍ସଚର ଓ ମୁଡକି ବିକ୍ରି କରାଯାଉଛି । ଏହି ପଦକ୍ଷେପ ସବୁ ବର୍ଗର ପର୍ଯ୍ୟଟକଙ୍କ ମଧ୍ୟରେ ଶ୍ରୀ ଅନ୍ନକୁ ନେଇ ଆଗ୍ରହ ସୃଷ୍ଟି କରିଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ
ଦାରିଙ୍ଗବାଡି ଓ ପୁଟ୍ସିଲ୍ରେ ପର୍ଯ୍ୟଟକଙ୍କ ପାଇଁ ଆୟୋଜନ କରାଯାଇଥିବା ଆମୋଦପୂର୍ଣ୍ଣ ରହଣିସ୍ଥଳୀର ଖାଦ୍ୟ ତାଲିକାରେ ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି । ସେଥିରେ ମାଣ୍ଡିଆରୁ ପ୍ରସ୍ତୁତ ଇଡ଼ଲି, ସୁଆଁ ଖିରୀ, ମାଣ୍ଡିଆ ଉପମା ଆଦି ରହିଛି ।
ପର୍ଯ୍ୟଟକମାନେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟର ମଜା ନେବା ସହ କ୍ଷୁଦ୍ରଶସ୍ୟ ଓ ଏହାର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହାବ୍ୟତିତ ପର୍ଯ୍ୟଟକମାନଙ୍କ ପାଇଁ ଜୈବିକ ପଦ୍ଧତିରେ ·ଷ କରାଯାଉଥିବା ପୁଷ୍ଟିଶସ୍ୟ ଓ ସେଥିରୁ ପ୍ରସ୍ତୁତ ଖାଦ୍ୟକୁ କିଣି
ନେବା ପାଇଁ ମଧ୍ୟ ଉପଲବ୍ଧ ହେଉଛି । ମହିଳା ସ୍ୱସ୍ୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପର୍ଯ୍ୟଟକମାନଙ୍କୁ ଅତ୍ୟନ୍ତ ଆଦରର ସହ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟକୁ ପରଷି ପର୍ଯ୍ୟଟକଙ୍କ ହୃଦୟ ଜିଣିପାରିଛନ୍ତି ।

Leave A Reply

Your email address will not be published.