ମୁମ୍ବାଇ,: ଭାରତୀୟ ଟଙ୍କା ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଛି । ଜାନୁଆରୀ ୧୦, ଶୁକ୍ରବାର ଗୋଟିଏ ଡଲାର ମୂଲ୍ୟ ୮୫.୯୭ ପଇସା ଥିଲା ।
ଗୁରୁବାର ବି ଡଲାର ତୁଳନାରେ ଟଙ୍କା ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ବନ୍ଦ ହୋଇଥିଲା । ସେଦିନ ଗୋଟିଏ ଡଲାର ମୂଲ୍ୟ ୮୫.୯୩ ପଇସା ଥିଲା । ଏହା କ୍ରମାଗତ ତୃତୀୟ ଦିନ ଥିଲା ଯେତେବେଳେ ଟଙ୍କା ପୂର୍ବ ରେକର୍ଡ ସର୍ବନିମ୍ନ ସ୍ତରରେ ବନ୍ଦ ହୋଇଥିଲା । ଏହା ସହିତ କ୍ରମାଗତ ଦଶମ ସପ୍ତାହ ପାଇଁ ଟଙ୍କା ଦୁର୍ବଳ ହୋଇଛି । ଟଙ୍କା ଉପରେ ଚାପର ମୁଖ୍ୟ କାରଣ ହେଉଛି ଡଲାରର ଶକ୍ତି ବୃଦ୍ଧି ଏବଂ ଦୁର୍ବଳ ପୁଞ୍ଜି ପ୍ରବାହ । ବାସ୍ତବରେ ଡଲାର ସୂଚକାଙ୍କ ୧୦୯ ଉପରେ ରହିଛି, ଯାହା କି ଦୁଇ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି । ବଜାର ଆମେରିକାର ଅଣ-କୃଷି
ପେରୋଲ ଡାଟା ଜାରିକୁ ଅପେକ୍ଷା କରିଛି, ଯାହା ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ସମ୍ଭାବନାକୁ ପ୍ରଭାବିତ କରିପାରେ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନିର୍ଦ୍ଦେଶକ୍ରମେ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଡଲାର ବିକ୍ରି କରିଛନ୍ତି, ଯାହା ଟଙ୍କା ହ୍ରାସକୁ ସୀମିତ
କରିବାରେ ସହାୟକ ହୋଇଛି । ଅନ୍ୟପକ୍ଷରେ ଷ୍ଟକ ବଜାରରେ କ୍ରମାଗତଭାବେ ହ୍ରାସ ଜାରି ରହିଛି । ଚଳିତ ସପ୍ତାହରେ ପ୍ରାୟ ପ୍ରତ୍ୟେକ
ଦିନ ସୂଚକାଙ୍କରେ ହ୍ରାସ ଦେଖାଦେଇଛି । ଫଳରେ ନିବେଶକ ମାନେ ଏହି ସପ୍ତାହରେ ପ୍ରାୟ ୧୭ ଲକ୍ଷ କୋଟିର କ୍ଷତି ସହିଛନ୍ତି ।
ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଲା ଭାରତୀୟ ଟଙ୍କା
Next Post