ଭୁବନେଶ୍ୱର,: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୨୪ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୭୩ ଟନ୍ ସୁନା କିଣିଛି । କେବଳ ନଭେମ୍ବରରେ ଆର୍ବିଆଇ ୮ ଟନ ସୁନା କିଣିଥିବା ସୂଚନା ରହିଛି । ୨୦୨୪ ଶେଷ ସୁଦ୍ଧା ଆର୍ବିଆଇର ମୋଟ ସୁନା ପରିମାଣ ୮୭୬ ଟନ୍କୁ
ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ନଭେମ୍ବରରେ ଭାରତ ସୁନା କ୍ରୟ କ୍ଷେତ୍ରରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ନ୍ୟାଶନାଲ ବ୍ୟାଙ୍କ ଅଫ୍ ପୋଲାଣ୍ଡ (ଏନ୍ୱିପି) ବିଶ୍ୱରେ ସୁନା ଭଣ୍ଡାର କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି । ୱାଲର୍ଡ ଗୋଲ୍ଡ କାଉନସିଲ ଅନୁଯାୟୀ, ଏନ୍ୱିପି ନଭେମ୍ବରରେ ୨୧ ଟନ୍ ସୁନା କିଣିଛି, ଯାହା ପରେ ଜାନୁଆରୀରୁ ନଭେମ୍ବର ମଧ୍ୟରେ ଏହାର ମୋଟ ସୁନା କ୍ରୟ ୯୦ ଟନ୍ ହୋଇଯାଇଛି ।
ଏହାର ସମୁଦାୟ ସୁନା ସଂରକ୍ଷଣ ୪୪୮ ଟନ୍ରେ ରହିବ, ଯାହାକି ଏହାର ସମୁଦାୟ ଭଣ୍ଡାରର ୧୮ ପ୍ରତିଶତ । ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ୬ ମାସ ପରେ ସୁନା କ୍ରୟ ଆରମ୍ଭ କରିଛି ଏବଂ ଏହାର ଭଣ୍ଡାରରେ ୬ ଟନ୍ ଯୋଡ଼ିଛି । ନଭେମ୍ବର ପର୍ଯ୍ୟନ୍ତ ଏହା ସମୁଦାୟ ୩୪ ଟନ୍ ସୁନା କିଣିଛି । ଏହା ପରେ ଏହାର ମୋଟ ସୁନା ସଂରକ୍ଷଣ ୨୨୬୪ ଟନ୍କୁ ବୃଦ୍ଧି ପାଇଛି ଏବଂ ଏହା ଚାଇନାର ମୋଟ ସଂରକ୍ଷଣର ୫ ପ୍ରତିଶତ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଉଜ୍ୱେକିସ୍ତାନ ମଧ୍ୟ ୩ ମାସ ପରେ ସୁନା କିଣିଛି ଏବଂ ଏହା ଅଧୀନରେ ନଭେମ୍ବର ୨୦୨୪ ରେ ୯ ଟନ୍ ସୁନା କିଣିଛି । ଏହିପରି ନଭେମ୍ବର ୨୦୨୪ ସୁଦ୍ଧା ଏହାର ମୋଟ ସୁନା କ୍ରୟ ୧୧ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଏବଂ ଏହାର ମୋଟ ସୁନା ସଂରକ୍ଷଣ ପରିମାଣ ୩୮୨ ଟନ୍ରେ ପହଞ୍ôଚଛି । ନ୍ୟାଶନାଲ ବ୍ୟାଙ୍କ ଅଫ୍ କାଜାଖସ୍ତାନ ନଭେମ୍ବରରେ ୫ ଟନ୍ ସୁନା କିଣିଛି ଏବଂ ଏହା ପରେ ଏହି ଦେଶର ମୋଟ
ସୁନା ସଂରକ୍ଷଣ ୨୯୫ ଟନ୍କୁ ବୃଦ୍ଧି ପାଇଛି । ସେହିପରି ତୁର୍କୀର ସେଣ୍ଟ୍ରାଲ ବ୍ୟାଙ୍କ ୩ ଟନ୍ ସୁନା ଏବଂ ଚେକ୍ ନ୍ୟାଶନାଲ ବ୍ୟାଙ୍କ (ଚେକ୍ ରିପବ୍ଲିକ୍ର କେନ୍ଦ୍ରୀୟ ବ୍ୟାଙ୍କ)୨ ଟନ ସୁନା କିଣିଛି । ନଭେମ୍ବରରେ ସିଙ୍ଗାପୁରର ମୁଦ୍ରା ପ୍ରାଧିକରଣ ସୁନା ବିକ୍ରିକରି ଏହାର ସୁନା ଭଣ୍ଡାରକୁ ୫ ଟନ୍ ହ୍ରାସ କରିଛି । ନଭେମ୍ବର ୨୦୨୪ ସୁଦ୍ଧା ଏହି ଦେଶ ସମୁଦାୟ ୭ ଟନ୍ ସୁନା ବିକ୍ରି କରିଛି ଏବଂ ସେମାନଙ୍କର ମୋଟ ସୁନାଭଣ୍ଡାର ୨୨୩ ଟନ୍କୁ ଖସି ଆସିଛି ।