ଧର୍ମଗଡ,: କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳକୁ ବ୍ଲକ ଦାବି ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦଣ୍ଡପାଟ ଅଞ୍ଚଳର ୧୧ଟି ଗ୍ରାମ ପଞ୍ଚାୟତର ପଞ୍ଚାୟତ ପ୍ରତିନିଧି, ବୁଦ୍ଧିଜୀବି ଓ ସାଧାରଣ ଜନତା ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରାଯାଇଛି । ଦଣ୍ଡପାଟ ଅଞ୍ଚଳରେ
କୋକସରା ବ୍ଲକର ଡାଳଗୁମା, ମୂଷାପାଲି, ଖୁଣ୍ଟିଆ, ସାନ ପୋଡାଗୁଡ଼ା, ଗୋତ ମୁଣ୍ଡା, ଡହ ଗାଁର ସବୁ ଗ୍ରାମ ତଥା ମହିମା ଓ ମୋଟରର ଅର୍ଦ୍ଧାଧିକ ଗ୍ରାମ ସେହି ପରି ଧର୍ମଗଡ ବ୍ଲକର ଜୟନ୍ତ ପୁର, ବେହେରା, ଧଅଁର ପୁର, ତେଣ୍ଡାପାଲି, ଛଞ୍ଚାଣ
ବାହାଲି, ପର୍ଲା, କଦଳୀ ମୁଣ୍ଡା, ଘୁମର ଓ ଗଡିଆ ଜୋର ଗ୍ରାମ ପଞ୍ଚାୟତ ଆସିଥାଏ । ସଂପୂର୍ଣ୍ଣ ଭାବେ ୧୬ଟି ପଞ୍ଚାୟତ ଓ ୨ଟି ପଞ୍ଚାୟତର ଅର୍ଦ୍ଧାଧିକ ଗ୍ରାମ ଦଣ୍ଡପାଟ ବୋଲି ବିବେଚନା କରାଯାଇଥାଏ । କଳାହାଣ୍ଡିର ଉପାନ୍ତ ଅଞ୍ଚଳ କୁହାଯାଉଥିବା ଦଣ୍ଡପାଟ ଅଞ୍ଚଳ ଉଭୟ ସରକାରୀ ଏବଂ ପ୍ରଶାସନିକ ସ୍ତରରେ ଅବହେଳିତ ହୋଇ ରହିଛି । ବିଭିନ୍ନ ପଞ୍ଚାୟତ ଏବଂ ଗ୍ରାମ ବ୍ଲକ ସଦରମହକୁମାଠାରୁ ପ୍ରାୟ ୨୫ରୁ ୩୦ କିମି ଦୂରରେ ରହୁଥିବାରୁ ଗମନାଗମନ ଓ ଅନ୍ୟାନ କ୍ଷେତ୍ରରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି । ବିଜୁପଟ୍ଟନାୟକଙ୍କ
ମୁଖ୍ୟମନ୍ତ୍ରୀ କାଳରୁ ଦଣ୍ଡପାଟକୁ ବ୍ଲକ କରାଯିବାକୁ ଦାବି ହୋଇ ଆସୁଛି । ଚଳିତ ଲୋକପ୍ରିୟ ସରକାର ବ୍ଲକ ପୁନର୍ଗଠନ ପାଇଁ ବିଚାର କରୁଥିବା ଜାଣିବାକୁ ପାଇ ପୁଣି ଥରେ ଦଣ୍ଡପାଟ ବ୍ଲକର ସ୍ୱପ୍ନ ଅଞ୍ଚଳ ବାସୀଙ୍କ ମନରେ ଉଜ୍ଜୀବିତ ହୋଇଛି । ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧର୍ମଗଡ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ
ସମୟରେ କ୍ରିୟାନୁଷ୍ଠାନ କମିଟିର ଆବାହକ ଭବେଶ ଗଏନ୍ତା, ସଭାପତି ଘନଶ୍ୟାମ ପଟେଲ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ସମ୍ପାଦକ ପ୍ରଶାନ୍ତ ତିୱାରୀ, ସହ ସମ୍ପାଦକ ଅକ୍ଷୟ ନାଏକ, କୋଷାଧ୍ୟକ୍ଷ ଲଲିତ ବାଣୁଆ, ସରପଞ୍ଚ ଗୌଲୋଚନ ଗୋପାଳ, ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ, ପୂର୍ବତନ ଡିପିଇଓ ଧର୍ମାନନ୍ଦ ସେଠିଆ, ତରେଶ ବିଶି, ନିର୍ମଳ ଗୋପାଳ, ହିମାଞ୍ଚଳ ପୁଝାରୀ, ଭିକାରି ନିଆଲ, ଧର୍ମବ୍ରତ ପଣ୍ଡା, ଶୀଧେଶ୍ୱର ଭଏସଲ, ସମେତ ଦଣ୍ଡପାଟ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ
ଦଣ୍ଡପାଟ ଅଞ୍ଚଳକୁ ବ୍ଲକ ଦାବି ନେଇ ବିଧାୟକଙ୍କୁ ଦାବିପତ
Prev Post