ଭଦ୍ରକ, : ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକରେ ବ୍ଲକ୍ସ୍ତରୀୟ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଶିବିର ଆୟୋଜନ ପାଇଁ ଜିଲ୍ଲାପାଳଙ୍କ
ଅଧ୍ୟକ୍ଷତାରେ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲରେ ଆଭାସି ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ସରୋଜ କୁମାର ଦତ୍ତ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ଅନିତା ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ସାଲୁ କୁମାର ଟୁଡୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରମେଶ ଚନ୍ଦ୍ର ନାୟକ, ଡେପୁଟୀ ସିଇଓ, ଓରମାସ୍, ଭଗ୍ୟଲକ୍ଷ୍ମୀ ରାଉତ, ସରକାରୀ ଶିଳ୍ପ
ତାଲିମ୍ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଦୀପକ କୁମାର ମୁଦୁଲି, ସରକାରୀ ପଲିଟେକ୍ନିକର ଅଧ୍ୟାପକ ସଞ୍ଜୟ ତ୍ରିପାଠୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀମାନେ ଅଭାସୀ ଜରିଆରେ ଏହି ବୈଠକ ସହିତ
ଯୋଡି ହୋଇ ଆଲୋଚନା ରେ ମତାମତ ରଖିଥିଲେ । ବିଭିନ୍ନ ବ୍ଲକ୍ମାନଙ୍କରେ ଏହି ଦିନିକିଆ ଶିବିର ଚଳିତ ଜାନୁଆରୀ ୨୧ରୁ ଆରମ୍ଭ ହୋଇ ଆଗାମୀ ଫେବୃଆରୀ ୧ ମଧ୍ୟରେ ନିର୍ଦ୍ଧାରିତ ଦିନମାନଙ୍କରେ ଅନୁଷ୍ଠିତ ହେବା ନେଇ ନିର୍ଣ୍ଣୟ କରାଗଲା । ନିଷ୍ପତ୍ତି ଅନୁଯାୟୀ ଜାନୁଆରୀ ମାସ ୨୧ ତାରିଖ ରେ ·ନ୍ଦବାଲି ବ୍ଲକ, ୨୨ ରେ ତିହିଡ଼ି, ୨୮ରେ ବନ୍ତ,
୨୯ରେ ଭଣ୍ଡାରି ପୋଖରୀ, ୩୦ରେ ଧାମନଗର, ୩୧ରେ ବାସୁଦେବପୁର, ଫେବୃୟାରୀ ୧ରେ ଭଦ୍ରକ ବ୍ଲକ ରେ ଏହି ପରାମର୍ଶ ଶିବିର ଅନୁଷ୍ଠିତ ହେବ ।
ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଶିବିର ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ
Next Post