ଖଡ଼ିଆଳ,: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଇନ୍ଦ୍ର ନଗର ସ୍ଥିତ ଜିଲ୍ଲା ର୍ନିମାଣ ଶ୍ରମିକ ସଂଘର କାର୍ଯ୍ୟାଳୟ ଠାରେ ସଙ୍ଘର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ସଂଘର ପ୍ରତିଷ୍ଠାତା ଟୁଲୁ ବାବୁଙ୍କ ନେତୃତ୍ୟରେ
ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବରେ ବରିଷ୍ଟ ସାମ୍ବାଦିକ ଯୁଗଳ କିଶୋର ମହାନନ୍ଦ ଯୋଗ ଦେଇ ନିର୍ମାଣ ଶ୍ରମିକ ସଂଘର କାର୍ଯ୍ୟକାରିତା ଉପରେ ବିଷଦ ଭାବରେ ମତ ରଖିଥିଲେ । ସଂଘର ପ୍ରତିଷ୍ଠାତା ଟୁଲୁ ବାବୁ ସଂଘ ବିଗତ ଏକ ବର୍ଷ ମଧ୍ୟରେ ନୂଆପଡ଼ା ଜିଲ୍ଲାରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଯେଉଁସବୁ କାର୍ଯ୍ୟ ଗୁଡିକ କରିଛନ୍ତି ସେ ଉପରେ ବିସ୍ତୃତ ଭାବରେ ମତାମତ ରଖିବା ସହ ସଂଘର ସମସ୍ତ ସଦସ୍ୟଙ୍କୁ ସବୁବେଳେ ତଳସ୍ତରର ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ ସମସ୍ୟାଗୁଡିକୁ କିପରି ସମାଧାନ କରିହେବ ସେ ଦିଗରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ଏବଂ ଯାହା ହୋଇ ନ ପାରିବ ସେଗୁଡିକ ମୋତେ ସୂଚନା ଦେଲେ ତାର ସମାଧାନ ଜିଲ୍ଲା ଅଧିକାରୀମାନଙ୍କ ସହ ଆଲୋଚନା କରି ତାର ଶୀଘ୍ର ସମାଧାନ କରାଯିବା ବୋଲି ମତ ରଖିଥିଲେ । ଏହି ବାର୍ଷିକ ବୈଠକରେ ନୂଆପଡ଼ା ଜିଲ୍ଲାର ପାଞ୍ଚଟି ବ୍ଲକର ଶତାଧିକ ସଦସ୍ୟ ଯୋଗ ଦେଇ ସେମାନଙ୍କ ମତାମତ ରଖିଥିଲେ । ନୂଆପଡ଼ା ଜିଲ୍ଲାରେ ଅନେକ ଶ୍ରମିକ ସଂଘଠନ ରହିଥିଲେ ମଧ୍ୟ ସେମାନେ ଠିକ ଭାବରେ ପ୍ରକୃତ ଶ୍ରମିକମାନଙ୍କ ସମସ୍ୟା
ଉପରେ କାର୍ଯ୍ୟ ନ କରି କେବଳ ମୃତ୍ୟୁ କାଳୀନ ଓ ବିବାହ ସହାୟତା ଆଦି ପାଇଁ କାର୍ଯ୍ୟ କରୁଛନ୍ତି କିନ୍ତୁ ଶ୍ରମିକ ସଂଘର ପ୍ରକୃତ ଉଦେ୍ଦଶ୍ୟ ଓ କାର୍ଯ୍ୟକୁ ଗୁରୁତ୍ୱ ନଦେଇ କେବଳ ନିଜ ସ୍ୱାର୍ଥ ପାଇଁ ଲାଗି ପଡିଛନ୍ତି ବୋଲି ସଂଘର ଅନ୍ୟାନ୍ୟ ବରିଷ୍ଠ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଆଜିର ଏହି ବାର୍ଷିକ ବୈଠକରେ ପିତମ୍ବର କୁମାର, ଅଜିତ ରାଉତ, କମ୍ବ୍ରିତ କାହ୍ନକ୍ଷ, ଦିନବାସ ମାଝୀ, ଦୁର୍ବଳ ମାଝୀ, ଧର୍ମେନ୍ଦ୍ର ନିଆଲ ସହ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।
ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ବାର୍ଷିକ ବୈଠିକ
Next Post