କଲ୍ୟାଣସିଂହପୁର, : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଡୁମୁରିପଦର ଗ୍ରାମରେ ନବମ ଶ୍ରେଣୀ ଛାତ୍ରୀର ଝୁଲନ୍ତା ଶବ ଉଧାର ହୋଇଥବା ଦେଖିବାକୁ ମିଳିଛି । ବାପା ଲାଚିଆ ତିଆକା କହିବା ଅନୁଯାୟୀ ଝିଅ ଲକ୍ଷ୍ମୀ ତିଆକା (୧୫) ଶୁଲିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରୀ ଭାବେ ଅଧ୍ୟାୟନ କରିଆସୁଥିଲେ । ଝିଅ ଗୁରୁବାର ସକାଳୁ ନିଜ ଘରୁ ଖାଇବା ନେଇ ଗୁଡ଼ିଆକୁ କପା ତୋଳିବାକୁ ଯାଇଥିଲା । ଲାଚିକା କୌଣସି କାର୍ଯ୍ୟରେ
କଲ୍ୟାଣସିଂହପୁର ବଜାରକୁ ଆସି ଘରକୁ ଯାଇଥିଲା । ସନ୍ଧ୍ୟାରେ ଝିଅ ଘରକୁ ନ ଫେରିବାରୁ ବାପା ନିଜ କପା ଗୁଡ଼ିଆକୁ ଯାଇଥିଲା । ସେହିଠାରେ ଥିବା କୁଡ଼ିଆରେ ଝିଅ ଧରିଥିବା ଚୁନୁରି ବା ଓଡ଼ଣୀ ସାହାଯ୍ୟରେ ବେକରେ ଲଗେଇ ଝୁଲୁଥିବା ଦେଖି ଥିଲେ । ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ସ୍ତ୍ରୀକୁ କହି ଗୁଡ଼ିଆକୁ ଆସିଥିଲେ । ଏହାକୁ ଦେଖି
ସ୍ତ୍ରୀ କାନ୍ଦିବାରୁ କ’ଣ ହେଇଛି ବୋଲି ଗ୍ରାମବାସୀ ଆସି ଝୁଲନ୍ତା ଶବକୁ ଦେଖି ଉଦ୍ଧାର କରି ଗାଁ ମୁଣ୍ଡକୁ ନେଇ ରଖିଥିଲେ । ଉକ୍ତ ଖବର ପାଇ ସ୍ଥାନୀୟ ଅଧିକାରୀ ନୀଳକଣ୍ଠ ବେହେରା ଏସଆଇ ଶିବ ପ୍ରସାଦ ସାହୁ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ବିଷୟ ଅନୁଧ୍ୟାନ କରିବା ପରେ ରାୟଗଡା ସାଇନ୍ଟପିକ ଦଳକୁ ଖବର ଦେଇଥିଲେ । ସକାଳୁ ସାଇନ୍ଟପିକ ଦଳ ପହଞ୍ଚି ଘଟଣାର ଟିକିନିଖି ତଦନ୍ତ କରିଥିଲେ । ପୋଲିସ ଶବ ଜବତ କରି ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ଏହାର ତଦନ୍ତ ·ଲିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଝିଅର କୌଣସି ଖରାପ ସମ୍ପର୍କ ନାହିଁ କି ବିଦ୍ୟାଳୟରେ ଭଲ ଝିଅ ସବୁ ଦିନ ଉପସ୍ଥିତ ରହେ, ଭଲ ପାଠ ପଢେ ବୋଲି ବାପା ଓ ଶିକ୍ଷକ କହିଛନ୍ତି । ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ସନେ୍ଦହ ଘେରରେ ରହିଛି ।
ନବମ ଶ୍ରେଣୀ ଛାତ୍ରୀର ଝୁଲନ୍ତା ଶବ ଉଦ୍ଧାର
Prev Post