ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମଶାବାହିତ ରୋଗ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

0 12

ହରିଚନ୍ଦନପୁର, :  ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍), ବ୍ରାହ୍ମଣୀପାଳ ପକ୍ଷରୁ ନିକଟବର୍ତ୍ତୀ ଗ୍ରାମରେ ଅଣସଂକ୍ରାମକ ରୋଗ (ଏନସିଡି) ଓ ଭେକ୍ଟରବାହିତ ରୋଗ (ଭିବିଡି)ର ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମହାବିରାପସି, ଆଲୁଟୁମା ଓ ତେନ୍ତୁଳିଗୋଚ୍ଛା ଠାରେ ମ୍ୟାଲେରିଆ, ଡେଙ୍ଗୁ ଓ ଫାଇଲେରିଆ ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନୁକ୍କଡ଼ ନାଟକ (ପଥପ୍ରାନ୍ତ ନାଟକ) ଆୟୋଜନ କରାଯାଇଥିଲା । ଏହି ପଥପ୍ରାନ୍ତ ନାଟକ ପରିବେଷଣରେ ବାସ୍ତବ ଜୀବନର ଦୃଶ୍ୟକୁ ସ୍ପଷ୍ଟ ଭାବରେ ଚିତ୍ରଣ କରାଯାଇଥିଲା, ଯେଉଁଥିରେ ମଶା ପ୍ରଜନନ ସ୍ଥଳ, ଏହି ରୋଗର ଲକ୍ଷଣ ଏବଂ ପ୍ରତିଷେଧକ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟିଏସଏଫ ଟିମ୍ ମଶାଦାନୀ ବ୍ୟବହାର ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିବା ସହ ଜ୍ୱର ଲକ୍ଷଣ ଅନୁଭବ କଲେ ତୁରନ୍ତ ଚିକିତ୍ସା କରାଇବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା । କମ୍ୟୁନିଟି ସଦସ୍ୟଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ୧୦୦ରୁ ଅଧିକ ସଦସ୍ୟ ସାମୂହିକ ଶପଥ ଗ୍ରହଣ କରିଥିଲେ । ସ୍ୱଚ୍ଛ ପରିବେଶ ବଜାୟ ରଖିବା, ମଶା ପ୍ରଜନନସ୍ଥଳୀକୁ ଉଚ୍ଛେଦ କରିବା, ମଶାରୀ ବ୍ୟବହାର କରିବା ଏବଂ ଆବଶ୍ୟକ ପଡ଼ିଲେ ଠିକ୍ ସମୟରେ ଚିକିତ୍ସା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମର ଶତାଧିକ ଲୋକ ଉତ୍ସାହଜନକ ଅଂଶଗ୍ରହଣ କରିଥିଲେ ଯାହା ଏହି କାର୍ଯ୍ୟକ୍ରମ ସଫଳତାକୁ ଦର୍ଶାଉଛି । ଏହା ସକ୍ରିୟ ରୋଗ ପ୍ରତିରୋଧ ଏବଂ କମ୍ୟୁନିଟି ପାଇଁ ଏକ ସୁସ୍ଥ ଭବିଷ୍ୟତ ଗଠନ ଦିଗରେ କମ୍ପାନୀ ନେଉଥିବା ପଦକ୍ଷେପକୁ ସୂଚିତ କରେ । ଟାଟା ଷ୍ଟିଲ ଫାଉଣ୍ଡେସନ ନିକଟବର୍ତ୍ତୀ ଅଞ୍ଚଳରେ ସମାନ କାର୍ଯ୍ୟକଳାପ ଆରମ୍ଭ କରିବାକୁ ଯୋଜନା କରିଛି, ଲକ୍ଷ୍ୟ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କ ଦୈନନ୍ଦିନ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରଖିଛି ।

Leave A Reply

Your email address will not be published.