ବଲାଙ୍ଗିର, : ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ରାମ ମନ୍ଦିର ନିକଟସ୍ଥ ପଡିଆରେ ଦ୍ୱିତୀୟ ସୁକତେଲ ମହୋସôବ ଉଦ୍ଘାଟିତ ହୋଇଯାଇଛି । ଏହି ମହୋସôବକୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ ମୁଖ୍ୟ ଅତିଥି ଅନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ । ଏସ୍ଡିପିଓ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି, ପ୍ରଶାନ୍ତ କୁମାର ମେହେର ପ୍ରବାସୀ କଳା ସଂଗଠକ, ସାସ୍ୱତ କୁମାର ତ୍ରିପାଠି ମୁଖ୍ୟବକ୍ତା, ବିଧୂଭୂଷଣ ସିଂଦେଓ ସଭାପତି ପ୍ରମୁଖ ମଂଚାସିନ ଥିଲେ । ମଳୟ ଆନନ୍ଦ କୁମାର ତ୍ରିପାଠି ସଂଯୋଜନା କରିଥିଲେ । ଏହି ମହୋସôବକୁ ନେସ୍ନାଲ ସାର୍ଭିସ ଫାଉଣ୍ଡେସନ ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଲୋୟର ସୁକତେଲ ଅବବାହିକାରେ ଗଢିଉଠିଥିବା କଳା, ସଂସ୍କୃତି ଓ ସାହିତ୍ୟର ଯେମିତି କ୍ଷୟ ନ ହେବ ତାର ଉତ୍ଥାନ ପାଇଁ ଏହି ପରବ ଆୟୋଜନ କରୁଥିବା ହେତୁ ସମସ୍ତଙ୍କୁ
ସାଧୁବାଦ ଜଣାଇଥିଲେ ଏବଂ ଆଗାମୀ ଦିନରେ ସରକାର ଏବଂ ବିଭାଗ ନିଶ୍ଚିତ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ସାହୁ ଏ ଅଞ୍ଚଳରେ ଶାନ୍ତି, ଶୃଙ୍ଖଳା ବଜାୟ ରଖି କଳାକାରଙ୍କୁ ଉଚିତ ସମ୍ମାନ ଦେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ତ୍ରିପାଠି ଲୋକକଳା ବଂଚିଲେ କଳାକାର ବଂଚିବ ଏବଂ ଉଚିତ ସମ୍ମାନ ପାଇବ ବୋଲି ଉପସ୍ଥିତ କଳାକାରଙ୍କୁ ଆହ୍ୱାନ ଦେଇଥିଲେ । ଟ୍ୱିଙ୍କିଲ ମହାପାତ୍ରଙ୍କୁ ସୁକତେଲ ସମ୍ମାନ ପ୍ରଦାନ କରାଯାଇଥିଲା । ଆଜିର ଏହି ସମାରୋହରେ ଶ୍ରୀରାମକୃଷ୍ଣ ଆଶ୍ରମ କଳାହାଣ୍ଡିର ଘୁମୁରା ଦଳ, ଦଣ୍ଡନୃତ୍ୟ, ଜିତେନ୍ଦ୍ରିୟ ହରିପାଲ କଳାକେନ୍ଦ୍ର ବଲାଙ୍ଗିର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆବାହକ ଚିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠି, ହାଡିବନ୍ଧୁ ତ୍ରିପାଠି, ସତ୍ୟନାରାୟଣ ଗହିର, ସଂଜୟ ଆନନ୍ଦ ତ୍ରିପାଠି, କଳା ସଂଗଠକ ଜୟକୃଷ୍ଣ
ମିଶ୍ର ପ୍ରମୁଖ ସହଯୋଗ କରିଛନ୍ତି ।