ଗୁମ୍ମାରେ ସପ୍ତମ ପଞ୍ଚାୟତ ସମିତି ବୈଠକରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବ

7th Panchayat Samithi meeting in Gumma demands for better health care

0 40

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ଗୁମ୍ମା ପଞ୍ଚାୟତ ସମିତି ସଦଭାବନା ସଭାଗୃହରେ ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବିଡ଼ିଓ ଦୁଲେରାମ ମାରାଣ୍ଡି, ଜିଲ୍ଲା ପରିଷଦ ସଭ୍ୟା ରେଣୁକା ପାତ୍ର/ସନ୍ଧ୍ର‌୍ୟା ଶବର, ଉପାଧ୍ୟକ୍ଷ ଶ୍ରୀନିବାସ ରାଓ, ଏଇଇ ବିଭୁ ଚରଣ ପୂଜାରୀ, ଜିପିଓ ସୁରି ନାରାୟଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଜିପିଓ ପୂର୍ବ ବୈଠକର ବିବରଣି ପାଠ କରି ଶୁଣାଇଥିଲେ । ଏଥିସହ ପଶୁ ସମ୍ପଦ, ମହିଳା ଓ ଶିଶୁ ବିକାଶ, ଶିଶୁ ସୁରକ୍ଷା ଉନ୍ନୟନ କାର୍ଯ୍ୟ, ସ୍ୱଚ୍ଛ ଭାରତ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ସାମାଜିକ ସୁରକ୍ଷା, ମନରେଗା ଯୋଜନା, ପଞ୍ଚଦଶ ଅର୍ଥ କମିଶନ, ଓଡ଼ିଶା ଜୀବିକା ମିଶନ ଯୋଜନା, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ,ଶିକ୍ଷା, କୃଷି, ଗ୍ରାମୀୟ ଉନ୍ନୟନ, ପୂର୍ତ୍ତ ବିଭାଗ, କୃଷି ଉଦ୍ୟାନ ଯୋଜନା ଓ ଜନସାଧାରଣଙ୍କ ଅଭିଯୋଗ ଭଳି ଅନ୍ୟାନ୍ୟ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ରାସ୍ତାଘାଟ ଓ ବିଦ୍ୟୁତ୍ ସେବାକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀ ପାଣିଗ୍ରାହୀ । ବହୁ ଉନ୍ନୟନ ମୂଳକ ପ୍ରକଳ୍ପ ପଛରେ ପଡ଼ିରହି ଥିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସମିତି ସଭ୍ୟ ଓ ସରପଞ୍ଚ ମାନେ । ସେହିପରି ଅନେକ ଗ୍ରାମମାନଙ୍କରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ନିର୍ବାଚିତ ବି.କଳାକଟ, ଜିବା, ଝାମି, ଗୁମ୍ମା, ଉଖୁରା, ନାମନଗଡ଼ ଓ ପରିଡ଼ା ପଞ୍ଚାୟତ ସମିତି ସଭ୍ୟ ଗୃହରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.