ସମ୍ବଲପୁର,: ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ବେଦଭୂଷଣ (ଆଇ.ଏ.ଏସ)ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଏବେ ସମ୍ବଲପୁରରୁ କୋଲକାତା-କାମାଖ୍ୟା ଅଭିମୁଖେ ଫେବ୍ରୁଆରୀ ୭ ତାରିଖରୁ ଯାତ୍ରା ଆରମ୍ଭ ହେବ । ସମ୍ବଲପୁରରୁ ୭୭୫ ଯାତ୍ରୀଙ୍କ ଯାତ୍ରା ପାଇଁ ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି । ସେଥିରେ ସମ୍ବଲପୁର ଜିଲ୍ଲାରୁ ୮୯ ଯାତ୍ରୀ ଶାମିଲ ଅଟନ୍ତି । ସୂଚନା ଅନୁଯାଇ ସମ୍ବଲପୁରର ପାନ୍ଥନିବାସ ଠାରେ ସମ୍ବଲପୁର-୮୯, ସୁବର୍ଣ୍ଣପୁର୫୨, ଦେଓଗଡ଼-୨୭ ଜଣ ଯାତ୍ରୀଙ୍କ ପାଇଁ, ସମ୍ବଲପୁରର ପର୍ଶୁରାମ ଭୱନ ଠାରେ ଅନୁଗୁଳ- ୧୦୯ ଜଣ ଯାତ୍ରୀଙ୍କ ପାଇଁ, ସମ୍ବଲପୁରର ରେଲୱେ କମ୍ୟୁନିଟି ହଲ ଠାରେ ଝାରସୁଗୁଡ଼ା-୫୦, ସୁନ୍ଦରଗଡ଼-୧୮୦, ବଲାଙ୍ଗୀର-୧୪୧ ଜଣ ଯାତ୍ରୀଙ୍କ ପାଇଁ, ସମ୍ବଲପୁରର କ୍ଷେତ୍ରରାଜ ପୁରରେ ସ୍ଥିତ ମାରୱାଡ଼ି ପଞ୍ଚାୟତି ଧର୍ମଶାଳା ଠାରେ ବରଗଡ-୧୨୭ ଜଣ ଯାତ୍ରୀଙ୍କ ପାଇଁ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି ।