ମିଟ୍ ରେକର୍ଡ ସହ ସ୍ୱସ୍ତିଙ୍କୁ ସ୍ୱର୍ଣ୍ଣ: ରେଜିଆଙ୍କୁ କାଂସ୍ୟ

0 24

ଭୁବନେଶ୍ୱର, : ଓଡ଼ିଶା ସାଇକ୍ଲିଷ୍ଟ୍ ସ୍ୱସ୍ତି ସିଂହ ମିଟ୍ ରେକର୍ଡ ସହ ଚଳିତ ୩୮ତମ ଜାତୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ କରାୟତ୍ତ କରିଛନ୍ତି । ତାଙ୍କ ସାଥୀ ରେଜିଆ ଦେବୀ କାଂସ୍ୟ ଜିତି ୩୦୦୦ ମିଟର ମହିଳା ବ୍ୟକ୍ତିଗତ ପର୍ସ୍ୟୁଟ୍ (ଟ୍ରକ୍ ସାଇକ୍ଲିଂ)ରେ ରାଜ୍ୟକୁ ଦୁଇଟି ପଦକ ଭେଟି ଦେଇଛନ୍ତି  ଫଳରେ ଉତ୍ତରାଖଣ୍ଡରେ ·ଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୧୭ (୫ ସ୍ୱର୍ଣ୍ଣ, ୩ ରେପ୍ୟ, ୯ କାଂସ୍ୟ) ରେ ପହଞ୍ଚଛି । କିଟ୍ ବିଶ୍ୱବିଦ୍ୟାଳୟରେ ପୁଥିବା ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ୍ ସ୍ୱସ୍ତି ୪ ମିନିଟ୍ ୩.୨୫୫ ସେକେଣ୍ଡେ ରେସ୍ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତାଙ୍କ ଦଳୀୟ ସାଥୀ ତଥା କିଟ୍ ଛାତ୍ରୀ ରାଜିଆ ୪ ମିନିଟ୍ ୧୨.୩୭୦ ସେକେଣ୍ଡରେ ରେସ୍ ଶେଷ କରି ତୃତୀୟ ସ୍ଥାନରେ ରହି ପୋଡିୟମ୍ ଫିନିସ୍ କରିଥିଲେ । ଚଳିତ ଜାତୀୟ ପ୍ରତିଯୋଗିତାରେ ସ୍ୱସ୍ତିଙ୍କ ଏହା ଦ୍ୱିତୀୟ ପଦକ । ପୂର୍ବରୁ ସେ ୬୦ କିଲୋମିଟର ରୋଡ୍ ମାସ୍ ଷ୍ଟାର୍ଟ ସାଇକ୍ଲିଂରେ କାଂସ୍ୟ ଜିତିଥିଲେ । ସେହିଭଳି ଓଡ଼ିଶା ମହିଳା ଫୁଟ୍ୱଲ୍ ଦଳ ଫାଇନାଲରେ ପହଞ୍ଚି ରାଜ୍ୟ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛି । ମଙ୍ଗଳବାର ସେମିଫାଇନାଲରେ ଓଡ଼ିଶା ୫-୧ ଗୋଲରେ ଦିଲ୍ଲୀକୁ ପରାସ୍ତ କରିଛି । ଓଡ଼ିଶା ପକ୍ଷରୁ ମାଳତୀ ମୁଣ୍ଡା (୪୫+୩, ୫୯ ମିନିଟ୍) ଦୁଇଟି ଏବଂ ପ୍ୟାରି ଖାଖା (୨୨ ମିନିଟ୍), ସୁମିତ୍ରା ହେମ୍ବ୍ରମ୍ (୬୮ ମିନିଟ୍) ଓ ଜବାମଣି ଟୁଡ଼ୁ (୯୦+୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ଦିଲ୍ଲୀର ରେବିକା ଜାମଥିଆନ୍ମାୱି (୫୩ ମିନିଟ୍) ଗୋଟିଏ ଗୋଲ୍ ଶୁଝି ଥିଲେୟ ମାଳତୀଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି
ପୁରସ୍କାର ମିଳିଛି । ଓଡ଼ିଶା ଫାଇନାଲରେ ହରିୟାଣାକୁ ଭେଟିବ । ହରିୟାଣା ଅନ୍ୟଏକ ସେମିଫାଇନାଲରେ ୪-୧ ଗୋଲରେ ପଶ୍ଚିମବଙ୍ଗକୁ ମାତ୍ ଦେଇଥିଲା । ସେହିପରି ଓଡ଼ିଶା ମହିଳା ବିଚ୍ ଭଲିବଲ୍ ଦଳ କ୍ୱାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିଛି । ଦୁଇ କିଟ୍ ଛାତ୍ରୀ ଶିବାନୀ ପ୍ରିୟଦର୍ଶିନୀ ଓ ଆଶା ମୁଣ୍ଡାରିଙ୍କୁ ନେଇ ଗଠିତ ଓଡ଼ିଶା ଦଳ ୨-୦ ସେଟ୍ରେ କର୍ଣ୍ଣାଟକକୁ ହରାଇଛି । କିଟ୍ର ସବିତା ଟୋପ୍ପୋ ଦଳର ପ୍ରଶିକ୍ଷକ ଅଛନ୍ତି । ପ୍ରଥମ ଥର ଲାଗି ଓଡ଼ିଶା ମହିଳା ସନ୍ତରଣ ଦଳ ଜାତୀୟ କ୍ରୀଡ଼ାରେ ଦଳଗତ ଭାବେ ଦ୍ୱିତୀୟ ରନର୍ସ ଅପ୍ ହେବାର ଗେରବ ଅର୍ଜନ କରିଛି । ଓଡ଼ିଶା ମହିଳା ଚଳିତ ଜାତୀୟ କ୍ରୀଡ଼ାରେ ଗୋଟିଏ ସ୍ୱର୍ଣ୍ଣ, ୪ କାଂସ୍ୟ ସହ ମୋଟ ୫ ପଦକ ପାଇଥିଲେ । ପ୍ରତ୍ୟାଶା ରାୟ, ମତ୍ତତା ମିଶ୍ର, ସୃଷ୍ଟି ଉପାଧ୍ୟାୟ ଓ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନଙ୍କୁ ନେ ଗଠିତ ମହିଳା ୪ଗୁଣା ୧୦୦ ମିଟର ମିଡ୍ଲେ ରିଲେ ଦଳ ସ୍ୱର୍ଣ୍ଣ ଜିତିଥିଲା । ଏହି ସ୍ୱର୍ଣ୍ଣ ସହ ପ୍ରତ୍ୟାଶା ବ୍ୟକ୍ତିଗତ ୨୦୦ ମିଟର ବ୍ୟାକ୍ଷ୍ଟେ୍ରାକ୍, ୧୦୦ ମିଟର ବ୍ୟାକ୍ଷ୍ଟେ୍ରାକରେ କାଂସ୍ୟ ଜିତି ନିଜ ପଦକ ସଂଖ୍ୟା ୩ରେ ପହଞ୍ଚାଇ
ଥିଲେ । ସେହିପରି ସ୍ୱର୍ଣ୍ଣ ବିଜେତା ଦଳରେ ଥିବା ସୃଷ୍ଟି (୧୦୦ ମିଟର ବଟର୍ ଫ୍ଲାଏ) ଓ ଦିବ୍ୟଙ୍କା (୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍) ଗୋଟିଏ
ଲେଖାଏଁ କାଂସ୍ୟ ଜିତି ଯୁଗଳ ପଦକ ଅର୍ଜନ କରିଥିଲେୟ ଜାତୀୟ କ୍ରୀଡ଼ା ଦେଡ଼କୁଦ ପ୍ରତିଯୋଗିତା ଲାଗି ଅନ୍ତର୍ଜାତୀୟ ଅଥ୍ଲେଟ୍ ସରସ୍ୱତୀ
·ନ୍ଦଙ୍କୁ ସପୋର୍ଟ ଷ୍ଟାଫ୍ ଭାବେ ଦାୟିତ୍ୱ ପାଇ ରାଜ୍ୟ ପାଇଁ ଗେରବ ଆଣିଛନ୍ତି । ଖେଳାଳିମାନଙ୍କୁ କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.