ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନେକ ପ୍ରମୁଖ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ନୂଆ ଆୟକର ବିଲ୍ ପ୍ରସ୍ତାବକୁ ମୋଦି କ୍ୟାବିନେଟ୍ ଅନୁମୋଦନ କରିଛି । ଏହା କାର୍ଯ୍ୟକାରୀ ହେଲେ ଦେଶର ଟିକସ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ଗତ ୧ତାରିଖରେ ଆଗତ ହୋଇଥିବା କେନ୍ଦ୍ର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଆୟକର ଆଇନ ସଂପର୍କରେ ଘୋଷଣା କରିଥିଲେ । ଏଥିସହ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ ମଧ୍ୟ ମୋଦି କ୍ୟାବିନେଟ ଅନୁମୋଦନ କରିଛି । ଏହି ନିଷ୍ପତ୍ତି ଅନୁସାରେ ୱାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ଡିଭିଜନ ହେବ ଓ ଏହା ଦକ୍ଷିଣତଟ ରେଳପଥ ଅଧିନରେ ରହିବ । ସେହିପରି ଏକ ନୂଆ ରେଳ ଡିଭିଜନ-ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ ଓ ଏହାର ମୁଖ୍ୟାଳୟ ରାୟଗଡ଼ାଠାରେ ରହିବ । ଏହି ଡିଭିଜନ ଅଧିନରେ କୋଟ୍ଟାଭାଲାସା-ବାଚେଲି,
କୁନେରୁ -ଥେରୁବାଲି ଜେଏନ୍, ସିଙ୍ଗାପୁର ରୋଡ୍ -କୋରାପୁଟ ଜନ୍ ଏବଂ ପାରଳାଖେମୁଣ୍ଡି- ଗୁଣପୁର ମଧ୍ୟରେ ଥିବା
ସମସ୍ତ ଷ୍ଟେସନ ରହିବ । ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ ମଧ୍ୟ ମୋଦି କ୍ୟାବିନେଟ ଅନୁମୋଦନ କରିଛି । ଏହି
ନିଷ୍ପତ୍ତି ଅନୁସାରେ ୱାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ଡିଭିଜନ ହେବ ଓ ଏହା ଦକ୍ଷିଣତଟ ରେଳପଥ ଅଧିନରେ ରହିବ । ସେହିପରି ଏକ ନୂଆ ରେଳ ଡିଭିଜନ – ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ ଓ ଏହାର ମୁଖ୍ୟାଳୟ
ରାୟଗଡ଼ାଠାରେ ରହିବ । ଏହି ଡିଭିଜନ ଅଧିନରେ କୋଟ୍ଟାଭାଲାସା – ବାଚେଲି, କୁନେରୁ – ଥେରୁବାଲି ଜେଏନ୍, ସିଙ୍ଗାପୁର ରୋଡ୍-କୋରାପୁଟ ଜନ୍ ଏବଂ ପାରଳାଖେମୁଣ୍ଡି-ଗୁଣପୁର ମଧ୍ୟରେ ଥିବା ସମସ୍ତ ଷ୍ଟେସନ ରହିବ ଏହାବ୍ୟତୀତ ସଫେଇ କର୍ମଚାରୀଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରରେ ‘ସବକା ସାଥ, ସବକା ବିକାଶ\’ର ଭାବନାକୁ ଦୃଷ୍ଟିରେ ରଖି ମୋଦି କ୍ୟାବିନେଟ୍ ଜାତୀୟ ସଫେଇ କର୍ମଚାରୀ ଆୟୋଗକୁ ୩ ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛି ।