ମୁମ୍ବାଇ,: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବା ଆର୍ବିଆଇ ରେପୋ ରେଟ୍ ହ୍ରାସ କରି ୬.୨୫% କରିବାକୁ ଘୋଷଣା କରିଛି । ଯାହାକି ମଧ୍ୟବିତ୍ତ
ଶ୍ରେଣୀର ଲୋକମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି । ନୂତନ ଭାବରେ ନିଯୁକ୍ତ ହୋଇଥିବା ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ସଞ୍ଜୟ ମଲୋହୋତ୍ରାଙ୍କ ନେତୃତ୍ୱରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏମ୍ପିସି ହାରକୁ ୨୫ ବେସିକ୍ ପଏଣ୍ଟ୍ ହ୍ରାସ କରିବା ପରେ ୬.୨୫% ରହିଛି ରେପୋ ରେଟ୍ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କର ଏହା ପ୍ରଥମ ନୀତି ବୈଠକ ଥିଲା । ୨୦୨୦ ମସିହା ପରଠାରୁ ରେପୋ ରେଟ୍ ପ୍ରଥମ ଥର ପାଇଁ ହ୍ରାସ ପାଇଛି । ବ୍ୟୟ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏପରି ନିଷ୍ପତ୍ତି ନେଇଥିବା ସୂଚନା ରହିଛି । ପୂର୍ବରୁ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ୨୦୨୦ ମସିହା ମେ ମାସରେ ରେପୋ ହାର ହ୍ରାସ କରିଥିଲା । କିନ୍ତୁ ଏହାପରେ ଏହାକୁ ଧୀରେ ଧୀରେ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଶେଷ ଥର ପାଇଁ ଫେବ୍ରୁଆରି ୨୦୨୩ରେ ରେପୋ ହାର ବୃଦ୍ଧି କରାଯାଇଥିଲା । ଏବେ ରେପୋ ହାର ୬.୫୦ରୁ ୬.୨୫କୁ ହ୍ରାସ କରାଯାଇଛି । ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି । ଏଣୁ ରିଜର୍ଭ
ବ୍ୟାଙ୍କ ଆଗରେ ଅନେକ ବଡ଼ ଚ୍ୟାଲେଞ୍ଜ ରହିଛି ବୋଲି ପୂର୍ବରୁ ଗଭର୍ଣ୍ଣର କହିଥିଲେ । ସୂଚନାଯୋଗ୍ୟ, ରେପୋ ରେଟ୍ ବା ସୁଧ ହାର
ହେଉଛି ରିଜର୍ଭ ବ୍ୟାଙ୍କ୍ରୁ ବାଣିଜ୍ୟିକ ବ୍ୟାଙ୍କ୍ମାନେ ନେଉଥିବା ଅର୍ଥ ଉଧାର ଉପରେ ଦେବାକୁ ପଡୁଥିବା ସୁଧ । ରିଭର୍ସ ରେପୋ ରେଟ୍ ହେଉଛି ବାଣିଜ୍ୟିକ ବ୍ୟାଙ୍କ୍ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ୍ ଦେଉଥିବା ଦେୟ । ଉପରୋକ୍ତ ଉଭୟ ବ୍ୟବସ୍ଥାକୁ ଭାରତୀୟ ଅର୍ଥନୀତିରେ ଇଣ୍ଟ୍ରେଷ୍ଟ୍ ରେଟ୍\’ ଭାବେ ବିବେଚନା କରାଯାଏ ।
ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି: ୨୫ ବେସିକ୍ ପଏଣ୍ଟ୍ରେ ଖସିଲା ରେପୋ ରେଟ
Prev Post