ଖିିଦତ୍ମ ଫାଉଣ୍ଡେସନ ହାଇଦ୍ରାବାଦ୍ ପକ୍ଷରୁ ଟେଲରିଙ୍ଗ ମେସିନ୍ ପ୍ରଦାନ

0 28

ନିଶ୍ଚିନ୍ତକୋଇଲି, : ଗାଁ ଗହଳିରେ ବସବାସ କରୁଥିବା ଝିଅ ବୋହୂମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ ନେଇ ଏକପାଦ ଆଗେରେ ଏବେ ଖିଦତ୍ମ
ଫାଉଣ୍ଡେସନ ଜାହାର ମୁଖ୍ୟ କାର୍ଯ୍ୟଳୟ ସୁଦୂର ହାଇଦ୍ରାବାଦ୍‌ ଠାରେ ଅବସ୍ଥିତ । ଏହି ସଂସ୍ଥା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାର ସଂସ୍ଥା
ଖୋଲିବା ସହ ଗାଁ ଗହଳିରେ ବସ ବାସ କରୁଥିବା ମହିଳା ଓ ଅବିବାହିତ ଝିଅମାନଙ୍କୁ ମାଗଣାରେ ଟେଲରିଙ୍ଗ ମେଶିନ୍ ଚଲାଇବାର ଶିକ୍ଷା ପ୍ରଦାନ କରିବା ସହ ପ୍ରସିକ୍ଷଣରେ କୃତକାର୍ଯ୍ୟ ହେଉଥିବା ଝିଅ ବୋହୂମାନଙ୍କୁ ପ୍ରମାଣ ପତ୍ର ଓ ଯେଉଁମାନେ ଟେଲର ମେସିନ୍ କିଣିବାକୁ ଅଯୋଗ୍ୟ ସେମାନଙ୍କୁ ମାଗଣାରେ ଟେଲର୍‌ ମେସିନ୍ ଯୋଗାଇ ଦେଉଛି । ତେବେ ଶୁକ୍ରବାର ଏହି ସଂସ୍ଥାର ରାଜ୍ୟ କାର୍ଯ୍ୟକାରି ସଦସ୍ୟ ମିର ସୁଲତାନ୍‌ ଅଲ୍ଲିଙ୍କ ଅଧ୍ୟକ୍ଷତାରେ ସୁଦୂର ହାଇଦ୍ରାବାଦର ଖିଦତ୍ମ ଫାଉଣ୍ଡେସନର ମୁଖ୍ୟ ମୁକ୍ତାର୍‌ ମହବ୍ଦଦ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂସ୍ଥ ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ଗ୍ରାମପଞ୍ଚାୟତ ବ୍ରହ୍ମପୁରର ମୁସଲିମ୍ ଆମ୍ମାନ୍ କ୍ଲବ୍ ଠାରେ ପୂର୍ବରୁ ୬ମାସିଆ ପ୍ରସିକ୍ଷଣ ନେଇଥିବା ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ପ୍ରମାଣ ପତ୍ର ସହିତ ୬ଜଣଙ୍କୁ ଟେଲର୍‌ ମେସିନ୍ ପ୍ରଦାନ କରିଥିଲେ । ଏହା ସହିତ ଉପସ୍ଥିତ ମହିଳାମାନଙ୍କ ଆର୍ଥିକ ସ୍ୱତ୍ସତାକୁ ଆହୁରି ଦୃଢିଭୁତ କରିବା ଲକ୍ଷ୍ୟନେଇ ଆଗାମୀ ଦିନରେ ଏକ ଧୂପକାଠୀ ତିଆରି ମେସିନ୍ ଯୋଗାଇ ଦେବା ସହିତ ଆଗାମୀ ଦିନରେ ମାଗଣାରେ ଏହିଭଳି ଭାବେ ଟେଲରିଙ୍ଗ ପ୍ରସିକ୍ଷଣ ସେବା ଜାରୀ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମିର ରେଜୁଆନ୍ ଅଲ୍ଲୀ, ମିର ଉସ୍ମାନ ଅଲ୍ଲୀ, ଶେଖ୍ ନଇମ୍ ଖାନ୍‌, ସ୍ଥାନୀୟ ସମିତି ସଭ୍ୟ ଦେବେନ୍ଦ୍ରନାଥ
ବେହେରା, ଯୁବନେତା ଆନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.