ଦୁନିଆର ସବୁଠୁ ଭୟାନକ ଫିଲ୍ମ, ବକ୍ସ ଅଫିସରେ ଭାଙ୍ଗିଥିଲା ସବୁ ରେକର୍ଡ

0 32

ନୂଆଦିଲ୍ଲୀ,: ହରର୍‌ ଫିଲ୍ମ ଦେଖିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଏହି ଫିଲ୍ମଗୁଡିକ ଅତ୍ୟନ୍ତ ଭୟାନକ ହୋଇଥାଏ । ଯାହାକୁ ଏକୁଟିଆ ବସି ଦେଖିବାକୁ ଭୟ ଲାଗେ । ତେବେ ଦୁନିଆର ସବୁଠାରୁ ଭୟାନକ ଫିଲ୍ମ ୧୯୭୩ରେ ରିଲିଜ୍ କରିଥିଲା । ଏହାର ନାମ ଥିଲା ‘ଦି ଏକ୍ସୋର୍ସିଷ୍ଟ\’ । ଏହି ଫିଲ୍ମ ୱିଲିୟମ୍ ‘ଦ ଏକ୍ସୋରସିଷ୍ଟ\’ ନାମକ ଇଂରାଜୀ ଉପନ୍ୟାସ ଉପରେ ଆଧାରିତ ଥିଲା । ଯାହାର ନିର୍ଦ୍ଦେଶନା
ଦେଇଥିଲେ ୱିଲିୟମ୍ ଫ୍ରିଡକିନ୍ । ଏହି ସିନେମାର ଷ୍ଟୋରୀ ଥିଲା ଜଣେ ହଲିଉଡ ଷ୍ଟାରଙ୍କ ଝିଅ ଉପରେ କୌଣସି ପ୍ରେତାତ୍ମା ବଶ କରିଥିଲା ।
ଯାହାକୁ ତାର ମା ଏକ୍ସୋରସିସ୍ମ ମାଧ୍ୟମରେ ଦୂର କରିବାକୁ ଚେଷ୍ଟା କରିଛନ୍ତି । ‘ଦି ଏକ୍ସୋର୍ସିଷ୍ଟ\’ ଫିଲ୍ମ ଦୁନିଆର ସର୍ବାଧିକ ଆୟ କରିଥିବା
ହରର୍ ଫିଲ୍ମ ବୋଲି ପ୍ରମାଣିତ ହୋଇଛି । ସେତେବେଳେ ଏହି ଫିଲ୍ମର ବଜେଟ୍ ଭାରତୀୟ ମୁଦ୍ରାରେ ୯୬ କୋଟି ୭୭ ଲକ୍ଷ ଟଙ୍କା ଥିଲା । ହେଲେ ଏହା ସାରା ବିଶ୍ୱରେ ୩୪୯ କୋଟି ଟଙ୍କା ରୋଜଗାର କରିଥିଲା । ଏହି ଫିଲ୍ମଟି ଓସ୍କାରରେ ୯ଟି ବର୍ଗରେ ମନୋନୀତ ହୋଇଥିଲା, ଯେଉଁଠାରେ ଏହା ୨ଟି ବର୍ଗରେ ପୁରସ୍କାର ଲାଭ କରିଥିଲା । ଏହି ଫିଲ୍ମରେ ଆପଣଙ୍କୁ ସସପେନ୍ସ, ଥ୍ରୀଲର ଏବଂ ହରର୍‌ ଦେଖିପାରିବେ । ଫିଲ୍ମର କିଛି ସିନ୍‌ ଏତେ ଭୟଙ୍କର ଯେ ଦର୍ଶକ ଭୟଭୀତ ହୋଇଯିବେ । ଏହି ଫିଲ୍ମର ନାମ ହେଉଛି ‘ତୁମ୍ବାଡ୍‌\’, ଯାହା ୨୦୧୮ରେ ରିଲିଜ୍ କରିଥିଲା । ସେହି ସମୟରେ ଫିଲ୍ମଟିକୁ ଆଇଏମ୍‌ଡିବିରେ ୧୦ ମଧ୍ୟରୁ ୮.୨ ରେଟିଂ ମିଳିଥିଲା । ଏହି ଫିଲ୍ମ ନିର୍ମାଣ ପାଇଁ ନିର୍ମାତା ସୋହମ୍ ଶାହାଙ୍କୁ ୭ ବର୍ଷ ସମୟ ଲାଗିଥିଲା । ଏଥିପାଇଁ ସେ ତାଙ୍କର ଫ୍ଲାଟ, ସମ୍ପତ୍ତି ଏବଂ କାର ବିକ୍ରି କରିଦେଇଥିଲେ । କିନ୍ତୁ ଯେତେବେଳେ ଏହି ଫିଲ୍ମ ରିଲିଜ ହୋଇଥିଲା, ସୋହମ୍‌ ଶାହା ଦର୍ଶକଙ୍କ ପ୍ରତିକ୍ରିୟା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Leave A Reply

Your email address will not be published.