ଦିଲ୍ଲୀକୁ ମିଳିପାରେ ମହିଳା ମୁଖ୍ୟମନ୍ତ୍ରୀ

0 40

ନୂଆଦିଲ୍ଲୀ,: ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ରାଜଧାନୀ ଦିଲ୍ଲୀକୁ ଦଖଲ କରିଛି ବିଜେପି । ଆମ୍ ଆଦମ୍ ପାର୍ଟି (ଆପ୍‌)ର ଦଶନ୍ଧି କାଳର ଶାସନରେ ଲାଗିଛି ବ୍ରେକ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆସନ ସଂଖ୍ୟା ୭୦ ଥିବା ବେଳେ ସେଥିରୁ ୪୮ ଆସନକୁ ଅକ୍ତିଆର କରିଛି ବିଜେପି । ବଜେପିର ଦିଲ୍ଲୀ ଦଖଲ ପରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ବିଜେପି ଦିଲ୍ଲୀରେ ଜଣେ ମହିଳା ପାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି ସୂଚନା ମିଳିଛି । ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ଜଣେ ହେବେ । ଖାସ୍ କରି ଜଣେ ମହିଳା ବିଧାୟକ ପାର୍ଥୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦରେ ବସାଇବ ବୋଲି ସୂଚନା ରହିଛି । ଏହାସହ
ବିଜେପି, ଅଣପ୍ରତିନିଧି ପୃଷ୍ଠଭୂମିରୁ ଆସିଥିବା ଜଣେ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେବା ବିଷୟରେ ମଧ୍ୟ ବିଚାର କରୁଛି । ନୂତନ ମନ୍ତ୍ରିମଣ୍ଡଳରେ ମହିଳା ଏବଂ ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ ଅଧିକ ରହିବ ବୋଲି ଆଶା କରାଯାଉଛି । ବିଜେପି ପକ୍ଷରୁ ଲଢିଥିବା ୪ଜଣ ମହିଳା ପ୍ରାର୍ଥୀ ଦିଲ୍ଲୀ ଆସନକୁ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଶାଲିମାର ବାଗ ଅଞ୍ଚଳରେ ବିଜେପି ପାଇଁ ଲଢୁଥିବା ରେଖାଗୁପ୍ତାଙ୍କୁ ମୋଟ ୬୮,୨୦୦ ଖଣ୍ଡ ଭୋଟ ମିଳିଥିବା ବେଳେ ସେ ଆପ୍ ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ ୨୯,୫୯୫ ଖଣ୍ଡ ଭୋଟରେ ହରାଇଛନ୍ତି । ସେହିପରି ଗ୍ରେଟର କୈଳାସରୁ ବିଜେପି ପକ୍ଷରୁ ଲଢୁଥିବା ଶିଖା ରୟ ମୋଟ ୪୯,୫୯୪ ଭୋଟ ହାତେଇଥିବା ବେଳେ ସେ ଆପ୍ ଦଳର ହେବିୱେଟ ନେତା ସୌରଭ ଭରଦ୍ୱଜଙ୍କୁ ୩,୧୮୮ ଖଣ୍ଡ ଭୋଟରେ ହରାଇଛନ୍ତି । ଅନ୍ୟପଟେ ୱାଜିରପୁରରୁ ଲଢୁଥିବା ପୁନମ ଶର୍ମା ୫୪,୭୨୧ ଖଣ୍ଡ ଭୋଟ ହାତେଇଥିବା ବେଳେ ସେ ଆପ୍‌ର ରାଜେଶ ଗୁପ୍ତାଙ୍କୁ ୧୧,୪୨୫ ଖଣ୍ଡ ଭୋଟରେ ହରାଇଥିବା ନେଇ ସୂଚନା ମିଳିଛି । ସେହିପରି ନଜାଫଗଡରୁ ବିଜେପି ପକ୍ଷରୁ ଲଢୁଥିବା ନିଲମ ପେହେଲୱାନ ମୋଟ ୧,୦୧,୭୦୮ ଖଣ୍ଡ ଭୋଟ ହାତେଇଥିବା ବେଳେ ଆପର ତରୁଣ କୁମାରଙ୍କୁ ୨୯,୦୦୯ ଖଣ୍ଡ ଭୋଟ ବ୍ୟବଧାନରେ ହରେଇଛନ୍ତି । ଦେଖିବାକୁ ଗଲେ ନୂଆଦିଲ୍ଲୀ ଆସନରୁ ଲଢୁଥିବା ପରବେଶ ବର୍ମାଙ୍କ ବିଜୟ ବିଜେପିର ଖୁସିକୁ ଦ୍ୱିଗୁଣିତ
କରିଦେଇଥିଲା । କାରଣ ଏହି ଆସନରେ ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଛନ୍ତି । କେଜ୍ରିୱାଲ ୨୦୧୩ ମସିହାରୁ ଏହି ଆସନରୁ ବିଜୟୀ ହୋଇ ଆସୁଥିଲେ । ପରବେଶ ବର୍ମାଙ୍କ ଏହି ବିଜୟ ଦିଲ୍ଲୀରେ ଆପ୍ ଶାସନର ପ୍ରତୀକାତ୍ମକ ଅନ୍ତ ଘଟାଇଥିଲା ।

Leave A Reply

Your email address will not be published.