ଓଡ଼ିଶାରେ କଳାଜୀରା ଭଳି ପୋଷଣଯୁକ୍ତ ଚାଉଳରୁ ପ୍ରସ୍ତୁତ ହେବ କୁକିଜ୍‌

0 40

ଭୁବନେଶ୍ୱର,: ଚାଉଳ ମୂଲ୍ୟ ବୃଦ୍ଧି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଶୀର୍ଷକ କର୍ମଶାଳା ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ଡିଏଏଫ୍‌ଇ) ଏବଂ
ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ମିଳିତ ସହଭାଗିତାରେ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହି
କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ (ଡିଏଏଫ୍‌ଇ) ବିଭାଗର ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢୀ ମୁଖ୍ୟଅତିଥି ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କୁ ଧାନର ମୂଲ୍ୟ ବୃଦ୍ଧି ଦିଗରେ ସଶକ୍ତ କରିବା ପାଇଁ ପୁଷ୍ଟିକର ଏବଂ ପ୍ରିମିୟମ ଗୁଣବତ୍ତା ଉତ୍ପାଦକୁ ପ୍ରୋତ୍ସାହିତ କରି ଏକ କ୍ଷୁଦ୍ର କାରଖାନା ସ୍ଥାପନା ଉଦ୍ଦେଶ୍ୟରେ ପଦକ୍ଷେପ ନିଆଯାଇଛି । ଆବଶ୍ୟକୀୟ ଦକ୍ଷତା, ଭିତ୍ତିଭୂମି ଏବଂ ବଜାର ପ୍ରବେଶ ସହ ନିମ୍ନ ଗ୍ଲାଇସେମିକ ଇଣ୍ଡେକ୍ସ, ପ୍ରୋଟିନଯୁକ୍ତ ଚାଉଳ ଉତ୍ପାଦନ, ପ୍ରକ୍ରିୟାକରଣ ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଦୃଢ କରିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ା ଏହା ଓଡ଼ିଶାର ପାରମ୍ପରିକ ଚାଉଳର ଉତ୍ପାଦନରୁ କୁକିଜ୍ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟପୋଯୋଗୀ ଖାଦ୍ୟ ପ୍ରସ୍ତୁତ ଉଦ୍ୟୋଗୀକରଣ ଏବଂ ଅର୍ଥନୀତିକୁ ବୃଦ୍ଧି କରିବ । କୃଷି ବିଭାଗ, ମିଶନ ଶକ୍ତି, ଆଇଆର୍‌ଆର୍‌ଆଇ, ଆଇସିଏଆର୍‌, ଏପିଇଡ଼ିଏ ଏବଂ ପ୍ରମୁଖ ଗବେଷଣା ଓ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଧାନ ମିଲର୍ସ, ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ଏବଂ କୃଷିବ୍ୟବସାୟ ନେତୃବୃନ୍ଦଙ୍କ ସମେତ ଧାନ- ଆଧାରିତ ଉଦ୍ୟୋଗ ଏବଂ ମୂଲ୍ୟ ଶୃଙ୍ଖଳା ବୃଦ୍ଧିରେ ସହଯୋଗୀ କମ୍ପାନୀର ମୁଖ୍ୟମାନେ ଉପସ୍ଥ୍‌ିତ ଥିଲେ । ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌)ର ମହାନିର୍ଦ୍ଦେଶକ ହିମାଂଶୁ ପାଠକ ଏବଂ ଏପିଇଡ଼ିଏର ସଚିବ ଡଃ ସୁଧାଂଶୁ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇ ସମାବେଶରେ ଉଦ୍‌ବୋଧନ ଦେଇଥିଲେ ା ଏହି କାର୍ଯ୍ୟକ୍ରମରେ ଡଃ ଅରବିନ୍ଦ ପାଢୀ ଓଡ଼ିଶାର ସ୍ୱଦେଶୀ ଚାଉଳ କିସମର ପରିବର୍ତ୍ତନକାରୀ ସମ୍ଭାବନା ଏବଂ ଗ୍ରାମୀଣ ଉଦ୍ୟୋଗକୁ ସୁଦୃଢ କରିବାରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ା ସେ କହିଥିଲେ ଯେ, ଓଡ଼ିଶାର କୃଷି ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ଚାଉଳର ମୂଲ୍ୟ ବୃଦ୍ଧି ହେଉଛି ପ୍ରମୁଖ ଧାରା । ଏହି ପଦକ୍ଷେପ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠଦ ଏବଂ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଉନ୍ନତ ଧାନ ପ୍ରକ୍ରିୟାକରଣ, କ୍ଷମତା- ନିର୍ମାଣ ଏବଂ ବଜାର-ଚାଳିତ ପଦ୍ଧତିକୁ ସମନ୍ୱିତ କରି ଏକ ରଣନୈତିକ କାର୍ଯ୍ୟ ଯୋଜନା ବିକଶିତ କରିଛି । ଓଡ଼ିଶାର ଅନନ୍ୟ ଧାନ କିସମ ଏବଂ ଗବେଷଣା ଏବଂ ମୂଲ୍ୟ ଶୃଙ୍ଖଳ ବିକାଶରେ ଆଇଆର୍‌ଆର୍‌ଆଇର ବିଶେଷଜ୍ଞତାକୁ ଉପଯୋଗ କରି
କଞ୍ଚାଶସ୍ୟ-ବିଶେଷ କରି ନିମ୍ନ-ଜିଆଇ ଏବଂ ଉଚ୍ଚ ପ୍ରୋଟିନଯୁକ୍ତ ଚାଉଳକୁ ଉଚ୍ଚ ମୂଲ୍ୟ ଓ ସମୃଦ୍ଧ ଉତ୍ପାଦରେ ପରିଣତ
କରିବାକୁ ଲକ୍ଷ୍ୟ ରଖିଛୁ । ଏହି ସହଭାଗିତା କୃଷକଙ୍କ ଆୟ ବୃଦ୍ଧି କରିବା ସହ ଖାଦ୍ୟ ସୁରକ୍ଷାକୁ ସୁଦୃଢ କରିବ ଏବଂ ଓଡ଼ିଶାକୁ ଏକ ସ୍ଥାୟୀ ଚାଉଳ-ଭିତ୍ତିକ ଉଦ୍ୟୋଗ ଭାବେ ସ୍ଥାନିତ କରିବ । କାର୍ଯ୍ୟକ୍ରମଟି ଆଇଆର୍‌ଆର୍‌ଆଇ ମହାନିର୍ଦ୍ଦେଶକ ଡଃ ୟୋଭନ ପିଣ୍ଟୋଙ୍କ ଏକ ଭିଡିଓ ବାର୍ତ୍ତା ସହିତ ଆରମ୍ଭ ହୋଇଥିଲା, ଯେଉଁଥିରେ ସେ ଚାଷୀ ଏବଂ ଗ୍ରାହକଙ୍କୁ ଲାଭଦାୟକ ଗବେଷଣା- ଭିତ୍ତିକ, ବଜାରମୁଖୀ  ସମାଧାନକୁ ଆଗକୁ ବଢାଇବା ପାଇଁ ଆଇଆର୍‌ଆର୍‌ଆଇର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ପ୍ରକଳ୍ପ କେବଳ ଚାଉଳ ବିଷୟରେ ନୁହେଁ- ନୂତନ ସୁଯୋଗ ସୃଷ୍ଟି କରିବା, ଜୀବିକା ନିର୍ବାହ କରିବା ଏବଂ ଓଡ଼ିଶାର ମହିଳା, ଚାଷୀ ଏବଂ କ୍ଷୁଦ୍ର
ଉଦ୍ୟୋଗମାନଙ୍କ ପାଖରେ ସଫଳ ହେବା ପାଇଁ ଆବଶ୍ୟକ ଉପକରଣ ଏବଂ ଜ୍ଞାନ ନିଶ୍ଚିତ କରିବା । ମହିଳାମାନଙ୍କ
ନେତୃତ୍ୱରେ କୃଷି ବ୍ୟବସାୟକୁ ଓଡ଼ିଶାର ଚାଉଳ କ୍ଷେତ୍ରରେ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ କରିବା ପାଇଁ ସମସ୍ତ ଅଂଶୀଦାରଙ୍କ ପକ୍ଷରୁ ସହଯୋଗରେ କାର୍ଯ୍ୟ କରିବାର ପ୍ରତିଶ୍ରୁତି ସହିତ ବୈଠକ ଶେଷ ହୋଇଥିଲା । ନୀତିଗତ ସମର୍ଥନ, ବୈଜ୍ଞାନିକ ଉଦ୍ଭାବନ ଏବଂ ବଜାର-ଭିତ୍ତିକ ରଣନୀତି ସହିତ ଓଡ଼ିଶାରେ ଧାନର ମୂଲ୍ୟ ଶୃଙ୍ଖଳକୁ
ରୂପାନ୍ତରିତ କରିବା, ଗ୍ରାମୀଣ ଆୟ ବୃଦ୍ଧି କରିବା ଏବଂ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସ୍ଥିର କରାଯାଇଛି ।

Leave A Reply

Your email address will not be published.