ନବରଙ୍ଗପୁର,: ପାଇପ ଫାଟି ଲିକେଜ୍ ହୋଉଥିବା ପାଣିରୁ ଲୋକଙ୍କ ଶୋଷ ମେଣ୍ଟଛି । ନଳକୂପ ଅଛି କିନ୍ତୁ ଗୋଟିଏ
ଅଚଳ ଆଉ ଗୋଟିଏରେ ଗୋଳିଆ ପାଣି ବାହାରୁଛି ଯାହାକି ଲୋକଙ୍କ ଦେହ ପ୍ରତି କ୍ଷତିକାରକ । ବସୁଧା ଜଳ ପିଇବା ପାଣି ଯୋଗାଇବାକୁ ସମସ୍ତ ପ୍ରକାର କାର୍ଯ୍ୟ ଶେଷ ଅଛି । କିନ୍ତୁ ସାହିରେ ପାଇପ ଫାଟି ପାଣି ଲିକେଜ୍ ହୋଇ ବାହାରକୁ ଯାଉଛି । ନଳକୂପ ଅନୁପଯୁକ୍ତ ହେବାରୁ ଲୋକେ ସେହି ଲିକେଜ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ବାଦୀଗୁଡ଼ାରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ସରକାର ସାଧାରଣ ଜନତା ପାଇଁ ଅନେକ ଯୋଜନା କଲେ ମଧ୍ୟ ସମସ୍ୟା ଉପରେ ସମସ୍ୟା ରହୁଛି । ବିଶେଷ କରି ଜୀବନର ମୂଳ ହେଉଛି ପାଣି । ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ପ୍ରଶାସନ । କିନ୍ତୁ ଏହି ଟଙ୍କା କୌଣସି କାମରେ ଲାଗୁନି ଫଳରେ ସାଧାରଣ ଜନତା ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ବାଦୀଗୁଡା ଗ୍ରାମରେ ଦୁଇ ମାସରୁ ଅଧିକ ହେବ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ପ୍ରଶାସନ ନିକଟରେ ସବୁତକ ବିଷୟ ଅବଗତ ଥାଇ ମଧ୍ୟ କାର୍ଯ୍ୟ କରିବାକୁ ଅସଫଳ । ଏ ବିଷୟରେ ବାରମ୍ବାର ଅଭିଯୋଗ ପୁଣି ଖବର କାଗଜରେ ପ୍ରସାରଣ କଲେ ବି କାର୍ଯ୍ୟକାରୀ ହୋଇ ପାରୁନି । ଯାହାକି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାଦୀଗୁଡା ଗ୍ରାମବାସୀ ଯଦି ଏଭଳି
ପାଇଁ ପିଇବେ ତେବେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଆଗକୁ ଗ୍ରୀଷ୍ମ ଋତୁ ଅଧିକ ତାପମାତ୍ରା ହେବାର ସମ୍ଭାବନା ରହିଛି ତେଣୁ ବର୍ତ୍ତମାନ ସମୟରେ ଯଦି ଏହାର ସମାଧାନ କରା ନ ଯାଏ ତେବେ ଏହି ଗ୍ରାମବାସୀ ଆଗକୁ ବହୁତ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ପ୍ରଶାସନ ଶୀଘ୍ର ଏହି ଗାଁ ପ୍ରତି ଦୃଷ୍ଟି ଦେଇ ପାନୀୟ ଜଳର
ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।