ପାକିସ୍ତାନ ଖେଳାଳିଙ୍କ ଉପରେ ଲାଗିଲା ଜୋରିମନା

0 43

ନୂଆଦିଲ୍ଲୀ, : ଆଇସିସି ତିନି ଜଣ ପାକିସ୍ତାନୀ ଖେଳାଳିଙ୍କ ଉପରେ ଜୋରିମନା ଲଗାଇଛି । ପାକିସ୍ତାନ ଶାହିନ ଆଫ୍ରିଦି, ସୌଦ ଶକିଲ ଏବଂ କମରାନ ଗୁଲାମଙ୍କୁ ଆଇସିସି ଦଣ୍ଡ ଦେଇଛନ୍ତି । ଗୁରୁବାର ଆଇସିସି ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛି । ତ୍ରିକୋଣୀୟ ସିରିଜର ତୃତୀୟ ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୬ ଉଇକେଟରେ ପରାସ୍ତ କରିଛି । ଏହି ମ୍ୟାଚ ସମୟରେ ପାକିସ୍ତାନର ୩ ଖେଳାଳି ଆଇସିସିର ନିୟମ ଭାଙ୍ଗିଥିଲେ । ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ଉପରେ ସବୁଠାରୁ ଅଧିକ ଜୋରିମନା ଲାଗିଛି । ଆଇସିସି ଶାହିନଙ୍କ ମ୍ୟାଚ ଫି\’ର ୨୫ ପ୍ରତିଶତ ଜୋରିମନା ଲଗାଇଛି । ମ୍ୟାଚ ସମୟରେ ଶାହିନ ଦକ୍ଷିଣ ଆଫ୍ରିକା ଖେଳାଳି ମାଥ୍ୟୁ ବ୍ରିଟଜେଙ୍କ ସହ ଝଗଡ଼ା କରିଥିଲେ । ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଯୁକ୍ତିତର୍କ ହୋଇଥିଲା । ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲା ହୋଇଥିଲା । ଏହି କାରଣରୁ ଆଇସିସି ଶାହିନଙ୍କୁ ଦଣ୍ଡ ଦେଇଛି । ଆଇସିସି ସୌଦ ଶକିଲ ଏବଂ କମରାନ ଗୁଲାମଙ୍କ ମ୍ୟାଚ ଫିସର ୧୦ ପ୍ରତିଶତ ଜରିମାନା ଲଗାଇଛି । କମରାନ ବଦଳ ଖେଳାଳି ଭାବରେ ପଡ଼ିଆକୁ ଆସିଥିଲେ । ଦକ୍ଷିଣ ଆଫ୍ରିକା ଇନିଂସର ୨୯ତମ ଓଭରରେ ତେମ୍ବା ବାଭୁମା ରନ ଆଉଟ ହୋଇଥିଲେ । ଏହା
ପରେ, ଦୁହେଁ ବାଭୁମାଙ୍କ ପାଖକୁ ଆସିଲେ ଏବଂ ଆକ୍ରମଣାତ୍ମକ ମନୋଭାବ ଦେଖାଇଲେ । ଦୁହେଁ ଆଇସିସିର ନିୟମ ଉଲ୍ଲଂଘନ କରିଛନ୍ତି । ସେଥିପାଇଁ ଦଣ୍ଡ ଦିଆଯାଇଛି ।

Leave A Reply

Your email address will not be published.