ବ୍ରହ୍ମପୁର,: ସବୁଜ ଶକ୍ତି ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ତିନୋଟି କାର୍ଯ୍ୟାଳୟରେ ମୋଟ ୬୨.୭ କିଲୋୱାଟ କ୍ଷମତା ବିଶିଷ୍ଟ
ରୁଫଟପ୍ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଇଛି । କମ୍ପାନୀର ହ୍ୟାଣ୍ଡସ ଅନ୍ ଟେକ୍ନିକାଲ ସେଣ୍ଟରରେ ୨୭.୫ କିଲୋୱାଟ, ନରେନ୍ଦ୍ରପୁର ପ୍ରାଇମେରୀ ସବଷ୍ଟେସନରେ ୧୮.୭ କିଲୋୱାଟ ଓ ଭଞ୍ଜବିହାର ପ୍ରାଇମେରୀ ସବଷ୍ଟେସନରେ ୧୬.୫ କିଲୋୱାଟ କ୍ଷମତାର ସୋଲାର ପ୍ଲାଣ୍ଟ ସଂସ୍ଥାପନ ହୋଇଛି । ପାରମ୍ପରିକ ଶକ୍ତି ଉତ୍ସ ଉପରେ ର୍ନିଭରଶୀଳତା ହ୍ରାସ କରି ସବୁଜ ଶକ୍ତିକୁ ଆପଣାଇବା ଦିଗରେ ଟିପିଏସ୍ଓଡିଏଲର ଏହା ଏକ ବଳିଷ୍ଠ ପଦକ୍ଷେପ । ବ୍ରହ୍ମପୁରର ଆମ୍ବଗଡ଼ ସ୍ଥିତ
ହ୍ୟାଣ୍ଡସ୍ ଅନ୍ ଟେକ୍ନିକାଲ ସେଣ୍ଟରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଅମିତ କୁମାର ଗର୍ଗ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସମ୍ପୃକ୍ତ ସୋଲାର ପ୍ଲାଣ୍ଟକୁ ଚାଲୁ କରିଥିଲେ । ସୌର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଫଳରେ କମ୍ପାନୀ ପରିବେଶ ଅନୁକୂଳ ବିକଳ୍ପକୁ ଆପଣାଇଛି । ଏହି କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲର ପ୍ରମୁଖ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ହ୍ୟାଣ୍ଡସ୍ ଅନ୍ ଟେକ୍ନିକାଲ ସେଣ୍ଟର, ନରେନ୍ଦ୍ରପୁର ପିଏସଏସ୍ ଓ ଭାଞ୍ଜବିହାର ପିଏସଏସରେ ନୂତନ ଭାବେ ସ୍ଥାପିତ ସୋଲାର ପ୍ୟାନେଲ ଯଥାକ୍ରମେ ମାସିକ
୩୭୦୦ କିଲୋୱାଟ ଆୱାର, ୨୫୨୦ କିଲୋୱାଟ ଆୱାର, ୨୨୨୫ କିଲୋୱାଟ ଆୱାର ବିଜୁଳି ଉତ୍ପାଦନ କରିବ । ଏହି ସ୍ୱଚ୍ଛ ଶକ୍ତି ଦ୍ୱାରା ଅଫିସର ଦୈନନ୍ଦିନ ବିଦ୍ୟୁତ ଆବଶ୍ୟକତା ପୂରଣ ହେବା ସହ ବଳକା ବିଜୁଳି ଗ୍ରୀଡକୁ ଯୋଗାଇ ହେବ । ଯାହା ଫଳରେ ଆଗାମୀ ୨୫ ବର୍ଷ ଭିତରେ ପାଖାପାଖି ୧୭୫୫ ଟନ୍ କାର୍ବନ ର୍ନିଗମନ ହ୍ରାସ ପାଇବ । ଆର୍ଥିକ ବର୍ଷ
୨୦୨୪-୨୫ ପାଇଁ ସରକାରଙ୍କ ଅନୁମୋଦିତ ପୁଞ୍ଜି ବିନିଯୋଗର ଏକ ଅଂଶ ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲର ସମସ୍ତ କାର୍ଯ୍ୟାଳୟକୁ ସୌର ଶକ୍ତି ଚାଳିତ କରିବା ପାଇଁ ଏଥିରେ ଯୋଜନା ରହିଛି । ଏଭଳି ପ୍ରୟାସ ମାଧ୍ୟମରେ ସଷ୍ଟେନେବିଲିଟିକୁ ଉତ୍ସାହିତ କରିବା ସହ ଅକ୍ଷୟ ଶକ୍ତି ଏବଂ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ହେଉଛି ଟିପିଏସ୍ଓଡିଏଲର ଲକ୍ଷ୍ୟ । ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, ଟିପିଏସ୍ଓଡିଏଲରେ ଆମେ ଅକ୍ଷୟ ଶକ୍ତିର ଉପଯୋଗ କରି ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରୁଅଛୁ । ଏକ ସବୁଜ ସୁନ୍ଦର ଭବିଷ୍ୟତ ର୍ନିମାଣ ପାଇଁ ଉପଭୋକ୍ତାଙ୍କୁ ସଚେତନ କରିବା ଦିଗରେ ଏହା ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପୟ ସାରା ଦକ୍ଷିଣ ଓଡ଼ିଶାରେ ରୂପାନ୍ତରଣ ଆଣିବା ସହ
କାର୍ବନ ର୍ନିଗମନ ହ୍ରାସ କରି ସ୍ୱଚ୍ଛ ଶକ୍ତିକୁ ଆପଣାଇବା ପାଇଁ ଉପଭୋକ୍ତାଙ୍କୁ ଉତ୍ସାହିତ କରିବା ଦିଗରେ ଆମେ ପ୍ରତିବଦ୍ଧ । ପୂର୍ବରୁ ଟିପିଏସ୍ଓଡିଏଲର ବ୍ରହ୍ମପୁର ସ୍ଥିତ କର୍ପୋରେଟ ଅଫିସ ସମ୍ପୂର୍ଣ୍ଣ ଭାବେ ୧୦୦ କିଲୋୱାଟ କ୍ଷମତା ବିଶିଷ୍ଟ ରୁଫଟପ୍ ସୋଲାର ପ୍ଲାଣ୍ଟ ଦ୍ାରା ଚାଲୁଅଛି, ଯାହା କମ୍ପାନୀର ପ୍ରଥମ ସବୁଜ ଶକ୍ତି ଚାଳିତ ଅଫିସ ।