ଭୁବନେଶ୍ୱର,: କ୍ୟାନ୍ସର ବା କର୍କଟ ସହିତ ଲଢି ନିଜର ମନୋବଳ ଦୃଢ କରିଥିବା ୪ଜଣ ବିଶିଷ୍ଟ ସାରସ୍ୱତି ସାଧକ ବା କବିଙ୍କୁ କର୍କଟ ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ଏବଂ ପ୍ରତିଦିନ ୩୦୦ରୁ ଉର୍ଦ୍ଧ୍ୱ କର୍କଟ ରୋଗୀଙ୍କୁ ଚିକିତ୍ସା କରୁଥିବା ଭୁବନେଶ୍ୱର ଏମ୍ସର ବରିଷ୍ଠ କର୍କଟ ରୋଗ ବିଶେଷଙ୍କ ତଥା ଡାକ୍ତର ସରୋଜ କୁମାର ଦାସ ମଜୁମଦାରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଶନିବାର ରୋଟାରୀ ଭବନ ପରିସରରେ
ଅପରାହ୍ନ ସମ୍ବାଦପତ୍ର ପକ୍ଷରୁ ଆୟୋଜିତ କବିତା ପାଠ ଓ କର୍କଟ ଯୋଦ୍ଧା ସମ୍ମାନ ପ୍ରଦାନ ସମାରୋହରେ ଏସବୁ କାର୍ଯ୍ୟ
ହୋଇଛି । ପ୍ରଥମେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କବି କର୍କଟ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କଲାଭଳି କବିତା ପାଠ କରିଥିଲେ । ଶେଷରେ କର୍କଟ ରୋଗରେ ପିଡିତ କବି ସ୍ନେହଲତା ଦାସ ଲେଙ୍କା, ପୁଷ୍ପଲତା ମିଶ୍ର, ଜାନକୀ ବଲଭ ଦାଶ ଓ ମାନି ଦାଶଙ୍କୁ କର୍କଟ ଯୋଦ୍ଧା ସମ୍ମାନ ଦିଆଯାଇଥିଲା । ଅପରାହ୍ନ ସମ୍ପାଦକ ବଂଶୀଧର ଜେନା, ପରିଚାଳନା ନିର୍ଦ୍ଦେଶିକା ଲକ୍ଷ୍ମୀପ୍ରିୟ ଦାସ ଓ ବିଶିଷ୍ଟ କଥାକାର, ସଂଳପକାର ତଥା କବି ରଜନୀ ରଞ୍ଜନ ପ୍ରମୁଖ ମଞ୍ଚାସିନ ଥିଲେ ।