ଆମ ଓଡ଼ିଆ ସଭ୍ୟତା ଓ ସଂସ୍କୃତି ସବୁଠାରୁ ନିଆରା । ଆମେ ଓଡ଼ିଆ ମାନେ ଯେଉଁଠି ବି ରହିଲେ ସେଠାରେ ଆମେ ପାଳନ କରିଥାଉ ଆମ ପରମ୍ପରା । ସ୍ନେହ, ସଦ୍ଭାବ,ଭାଇଚାରା ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ହେଉଛି ଏହି ଦୋଳ ପର୍ବ । ସାଧାରଣତଃ ଏହି ଯାତ୍ରା ପାଞ୍ଚ ଦିନ ପାଇଁ ଖୁବ ମହାସମାରୋହରେ ପାଳିତ ହୋଇଥାଏ । ସେମିତି ବିକାନାହାଲି ସର୍ଜପୁରା ଜଗନ୍ନାଥ ପ୍ରାଙ୍ଗଣରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି ଦୋଳ ପର୍ବ । ଏହା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୪ ତାରିଖରେ ଶେଷ ହେଉଛି । ପ୍ରତିଦିନ ସମସ୍ତ ଭକ୍ତମାନଙ୍କ ପାଇଁ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଦୋଳ ଗୋବିନ୍ଦ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ଭକ୍ତ ଙ୍କ ଘରକୁ ଯାଇ ଦର୍ଶନ ଦେଉଛନ୍ତି । ରାଧାକୃଷଙ୍କର ପ୍ରେମ-ପ୍ରଣୟର ପର୍ବ ହେଉଛି ଏହି ହୋଲି ପର୍ବ । ବାଙ୍ଗାଲୋର ରେ ରହୁଥିବା ଓଡ଼ିଆ ମାନେ ଏହି ଦୋଳ ପର୍ବ ପାଳନ କରିବାରୁ ବଂଚିତ ହେଉଥିଲେ । ଏହାକୁ ଆଖି ଆଗରେ ରଖି ବିକାନାହାଲି ମନ୍ଦିର ଟ୍ରଷ୍ଟ ସମସ୍ତ ଓଡ଼ିଆ ମାନଙ୍କ ପାଇଁ ଏହି ସୁଯୋଗ ଆଣି ଦେଇଛନ୍ତି । ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ଦୋଳବିମାନରେ ଅବତୀର୍ଣ୍ଣ ହୋଇ ଭକ୍ତ ମାନଙ୍କୁ ଦିବ୍ୟଦର୍ଶନ ପ୍ରଦାନ କରୁଛନ୍ତି ।
ସମସ୍ତ ନୀତି ନିୟମ ଅନୁସାରେ ପାଳନ ହେଉଛି ଏହି ଦୋଳ ଉତ୍ସବ । ଦୋଳପୁର୍ଣିମାରେ ଭକ୍ତମାନେ ଫଗୁ ଓ ଅବିର ସହିତ ଏହି ରଙ୍ଗର ପର୍ବ ପାଳନ କରିବାର ବ୍ୟବସ୍ଥା କରାଯାଇଛି । ଆଗକୁ ମଧ୍ୟ ଏପରି ସମସ୍ତ ଓଡ଼ିଆ ସଂସ୍କୃତି ଓ ପରମ୍ପରା ବାଙ୍ଗାଲୋରରେ ପାଳନ କରିବାକୁ ଚେଷ୍ଟା ଜାରି ରହିବ ବୋଲି ମନ୍ଦିର କମିଟି ପକ୍ଷରୁ ପ୍ରତିଶୃତି ଦେଇଛନ୍ତି