ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ

0 43

ସମ୍ବଲପୁର/ଭୁବନେଶ୍ୱର, : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ୨୧ ତାରିଖ ଝାରସୁଗୁଡା ଏୟାରପୋର୍ଟରେ ଓହ୍ଲାଇବେ ଅମିତ ଶାହ । ରାତିରେ ଏମସିଏଲ ଗେଷ୍ଟ ହାଉସରେ ରହିବେ । ୨୨ ତାରିଖ ସକାଳେ ସମଲେଇ ଦର୍ଶନ ପରେ ପିଏ ଡି ପଡ଼ିଆରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ସନ୍ଧ୍ୟାରେ ପୁରୀ ଗସ୍ତ କରି ରାତ୍ରୀ ଯାପନ କରିବେ । ୨୩ତାରିଖ ସକାଳେ
ଶ୍ରୀମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରିବେ । ଏହାପରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଭାରତର ଦ୍ୱିତୀୟ ଫରେନସିକ
ୟୁନିଭେର୍ସିଟିର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ଦିଲ୍ଲୀ ଫେରିଯିବେ ଅମିତ ଶାହ । ଏନେଇ ସୂଚନା
ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେହିପରି ରବିବାର ସମ୍ବଲପୁର ଏମସିଏଲରେ ବିଜେପିର
ଗୁରୁତ୍ୱପୂଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ୨୨ରେ ସମ୍ବଲପୁର ଏବଂ ୨୩ରେ ଭୁବନେଶ୍ୱର ଏବଂ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ବିଜେପି ବିଧାୟକ ଓ ବିଧାୟକ ପ୍ରାର୍ଥୀମାନେ ଯୋଗ ଦେଇଛନ୍ତି । ଏହା ସହ ୫ ସଂସଦୀୟ କ୍ଷେତ୍ର ଜିଲ୍ଲା ସଭାପତି ସାମିଲ ଥିଲେ ।

Leave A Reply

Your email address will not be published.