ପୁରୀ,: ଜିଲ୍ଲାର ୧୨୭ ଜଣ ବରିଷ୍ଠ ନାଗରିକ ଆଜି ତୀର୍ଥଯାତ୍ରାରେ ଯାଇଛନ୍ତି । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସେମାନଙ୍କୁ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ପଠାଯାଇଛି । ଏହି ବରିଷ୍ଠ ନଗରିକମାନେ ଅଯୋଧ୍ୟା ଓ ବାରଣାସୀ ପରିଭ୍ରମଣ କରିବା ସହ ଚଳିତ ମାସ ୨୪ ତାରିଖରେ ଫେରିଆସିବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ଅପରାହ୍ନରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରୁ ବରିଷ୍ଠ ନାଗରିକମାନେ ଯାତ୍ରା ଆରମ୍ଭ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନିଳମାଧବ ଭୋଇ, ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଦେଇ ଯାତ୍ରାର ଶୁଭ କାମନା କରିଥିଲେ । ଯାତ୍ରାର ସଫଳତା କାମନା ପୂର୍ବକ ଅତିଥିମାନେ ନଡ଼ିଆ ବାଡେଇ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ନିଜ ନିଜର ଦାୟିତ୍ୱ ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ସହାୟତା ପାଇଁ
ଯାଇଥିବା କର୍ମଚାରୀମାନଙ୍କ ସୂଚନା ଅନୁସାରେ ପରିଭ୍ରମଣ କରିବାକୁ ତୀର୍ଥଯାତ୍ରୀଙ୍କୁ ସେମାନେ ଅନୁରୋଧ କରିଥିଲେ । ଯାତ୍ରୀମାନଙ୍କ ସୁବିଧା
ପାଇଁ ୪ ଜଣ ସହାୟକଙ୍କୁ ମଧ୍ୟ ପ୍ରେରଣ କରାଯାଇଛି । ଏହି ଯାତ୍ରୀ ମାନେ ଆଜି ଭୁବନେଶ୍ୱରରେ ରହି ଆସନ୍ତାକାଲି ସ୍ୱତନ୍ତ୍ର ଟ୍ରେନ ଯୋଗେ
ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଯାତ୍ରା କରିବେ ।
ତୀର୍ଥଯାତ୍ରାରେ ଗଲେ ଜିଲ୍ଲାର ୧୨୭ ବରିଷ୍ଠ ନାଗରିକ
Prev Post
Next Post