ନବରଙ୍ଗପୁର ଜିଲ୍ଲା ଜାତୀୟ ରାଜପଥ ଦେଇ ଯାଇଥିବା ତାରାଗାଁ ନିକଟରେ ଆଜି ସକାଳ ୭:୩୦ ସମୟରେ SVT ନାମକ ଘୋରଇ ବସ ଓଲଟି ଜଣେ ମୃତ ହୋଇଥିବା ବେଳେ 10 ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।ଆହତ ସମସ୍ତଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ନବରଙ୍ଗପୁର ଓ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ମୁତାବକ ଆଜି ସକାଳେ SVT ବସ ଉମରକୋଟ ରୁ ଜୟପୁର ଅଭିମୁଖେ ଯାଉଥିଲା । ତାରାଗାଁ ନିକଟରେ ବସରୁ ଏକ ଶଦ୍ଦ ହୋଇ ବସ ଓଲଟିଥିବା ଯାତ୍ରୀମାନେ କହିଛନ୍ତି । ବସ ରେ 50 ଯାତ୍ରୀ ଧରି ଜୟପୁର ଯାଉଥିବା ସମୟରେ ତାରାଗାଁ ନିକଟରେ ଘଟଣା ଘଟିଛି । ଖବର ଲେଖା ବେଳକୁ ମୃତକଙ୍କ ପରିଚୟ ମିଳି ପାରି ନ ଥିଲା ।