ମା\’ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ

0 32

ବ୍ରହ୍ମପୁର, : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଇଷ୍ଟଦେବୀ ମା\’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି ପାହାଡ ପ୍ରକମ୍ପିତ ହେବାରେ ଲାଗିଛି । ଦର୍ଶନ କରିବା ନିମନ୍ତେ ମଧ୍ୟରାତ୍ରରୁ ମା\’ଙ୍କ
ପୀଠରେ ଭକ୍ତଙ୍କ ଭିଡ଼ ଲାଗିଥିଲା । ମା\’ ତାରାତାରିଣୀ ଦୁଇ ଭଉଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ରାତ୍ର ୨ଟାରେ ମନ୍ଦିର ଦ୍ୱାର ଫିଟା ହୋଇ ମାଜଣା, ମଙ୍ଗଳ ଆଳତି, ସିଙ୍ଗାର, ଅବକାଶ ଆଦି ପରମ୍ପରା ଅନୁସାରେ ସମସ୍ତ ରୀତିନୀତି କରାଯାଇ ପୂଜାର୍ଚ୍ଚନା ହୋଇଥିଲା । ତାରାତାରିଣୀ ଦୁଇ ଭଉଣୀଙ୍କୁ ସେବାୟତମାନେ ମହାକାଳୀ ବେଶରେ ସଜ୍ଜିତ କରାଇବା ପରେ ଭୋର ସକାଳ ୪.୩୦ରେ ସାହାଣ ମେଲା ହୋଇଥିଲା ଓ ମା ଭକ୍ତଙ୍କୁ ମହାକାଳୀ
ରୁପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ରାତ୍ର ୧୨ଟାରୁ ମୂଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିବାର ସେବାୟତ ବାପୁଜୀ ରଣାଙ୍କ ଠାରୁ ଜଣାପଡିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆସି ମା\’ଙ୍କଠାରେ ପୂଜାର୍ଚ୍ଚନା କରି ଜିଲ୍ଲାବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକକୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆଇଆଇସି ରାଜେଶ କୁମାର ନାୟକ ଓ ପୋଲିସ ଫୋର୍ସ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ଲାଗିଥିବାବେଳେ ବିଡିଓ ଶରତ କୁମାର ପାତ୍ର, ଏନଏସି ନିର୍ବାହୀ ଅଧିକାରୀ ତଥା ତହସିଲଦାର ଗୋବିନ୍ଦ ଡନସେନା ଓ ମନ୍ଦିର ନିର୍ବାହୀ ଅଧିକାରୀ ଟିକେରେଡି ଯାତ୍ରାକୁ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.