ଇବ୍ରାହିମଙ୍କ ପରେ ଡ଼େବ୍ୟୁ କରିଲେ ଆଶୀ ତ୍ରିପାଠୀ

0 33

ମୁମ୍ବାଇ,: ନିକଟରେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ବଲିଉଡ଼ରେ ଡ଼େବ୍ୟୁ କରିଥିଲେ । ବର୍ତ୍ତମାନ ଏବେ ଆଉ ଜଣେ ମହାନ ଅଭିନେତାଙ୍କ ଝିଅ ଅଭିନୟରେ ଡେବ୍ୟୁ କରିଛନ୍ତି । ସେ ଆଉ କେହି ନୁହଁନ୍ତି ପଙ୍କଜ ତ୍ରିପାଠୀଙ୍କ ଝିଅ ଆଶୀ ତ୍ରିପାଠୀ । ତାଙ୍କୁ ନିକଟରେ ଏକ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଥିଲା । ତାଙ୍କର ମ୍ୟୁଜିକ୍ ଭିଡିଓ ‘ରଙ୍ଗ ଡାରୋ\’ ୧୩ ମାର୍ଚ୍ଚରେ ହୋଲି ଅବସରରେ ମୁକ୍ତିଲାଭ କରିଥିଲା । ଯାହା ଏବେ ବେଶ୍ ଦୃଷ୍ଟି ଆକର୍ଷଣ କରୁଛି । ପଙ୍କଜ ତ୍ରିପାଠୀ ତାଙ୍କ ଝିଅ ଆଶୀଙ୍କୁ ପରଦାରେ ଦେଖିବା ପରେ ଭାବପ୍ରବଣ ହୋଇଛନ୍ତି । ପଙ୍କଜ ତ୍ରିପାଠୀ ତାଙ୍କର ଏକ ସାକ୍ଷାତକାରରେ ଝିଅ ଆଶୀ ତ୍ରିପାଠୀଙ୍କ ଡେବ୍ୟୁ ବିଷୟରେ କହିଥିଲେ । ସେ କହିଥିଲେ ଯେ ‘ଆଶୀଙ୍କୁ ପରଦାରେ ଦେଖିବା ମୋ ପାଇଁ ଓ ମୋ ପତ୍ନୀ ମୃଦୁଲାଙ୍କ ପାଇଁ ଏବହୁତ ଭାବପ୍ରବଣ ଏବଂ ଗର୍ବର ମୁହୂର୍ତ୍ତ ଥିଲା ।\’ ଆଶୀ ସବୁବେଳେ ନିଜର କଳା ପ୍ରଦର୍ଶନ କରିବାରେ ଆଗ୍ରହୀ । ତାଙ୍କର ପ୍ରଥମ ପ୍ରୋଜେକ୍ଟରେ ଏଭଳି ଅଭିନୟ ପ୍ରକୃତରେ ବିଶେଷ ଥିଲା । ଯଦି ତାଙ୍କର ପ୍ରଥମ ଆରମ୍ଭ ଏହିପରି ହୁଏ, ତେବେ ମୁଁ ତାଙ୍କର ପରବର୍ତ୍ତୀ ଯାତ୍ରା ପାଇଁ ଉତ୍ସାହର ସହିତ ଅପେକ୍ଷା କରିବି । ପ୍ରକାଶ ଥାଉକି, ଆଶୀ ତ୍ରିପାଠୀ ତାଙ୍କର ପ୍ରଥମ ମ୍ୟୁଜିକ୍ ଭିଡିଓ ‘ରଙ୍ଗ ଡାରୋ\’ରେ
ଚମତ୍କାର ଅଭିନୟ କରିଛନ୍ତି । ତାଙ୍କ ବିପକ୍ଷରେ ପ୍ରଭାକର ସ୍ୱାମୀଙ୍କୁ ଦେଖିବାକୁ ମିଳିଛି । ଏହି ଗୀତଟିକୁ ମୈନାକ ଭଟ୍ଟାଚାର୍ଯ୍ୟ ଏବଂ ସଞ୍ଜନା ରାମନାରାୟଣ କଣ୍ଠଦାନ କରିଛନ୍ତି । ଅଭିନବ ଆର କୌଶିକ ଗୀତଟି ରଚନା କରିଛନ୍ତି । ୧୩
ମାର୍ଚ୍ଚରେ ରିଲିଜ୍ ହୋଇଥିବା ଏହି ଗୀତଟି ୟୁଟ୍ୟୁବରେ ୬ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ପ୍ରକାଶ ଥାଉକି, ପଙ୍କଜ
ତ୍ରିପାଠୀଙ୍କ ଝିଅ ଆଶୀ ତ୍ରିପାଠୀ ମୁମ୍ବାଇର ଏକ କଲେଜରେ ପଢ଼ୁଛନ୍ତି । ସେ ତାଙ୍କ ବାପାଙ୍କ ପରି ଅଭିନୟରେ କ୍ୟାରିଅର କରିବାକୁ ଚାହାଁନ୍ତି ।

Leave A Reply

Your email address will not be published.