ଆଜି ହେଉଛି ବିଶ୍ୱ ପଖାଳ ଦିବସ

0 109

ଭୁବନେଶ୍ୱର,: ଆଜି ହେଉଛି ବିଶ୍ୱ ପଖାଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଇଥାଏ । ପଖାଳ ହେଉଛି ଓଡ଼ିଆ ଜାତି ଭାଇର ଆତ୍ମା ଓ ଅସ୍ମିତା । ଏହି ଅବସରରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ଚିତ୍ରକଳା ମାଧ୍ୟମରେ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ରଙ୍ଗ ତୂଳୀରେ ପଖାଳ, ମାଛଭଜା, ବଡ଼ି ଭଜା, ବାଇଗଣ ପୋଡ଼ା, କାକୁଡ଼ି, ଆଳୁଭରତା, ସଜନା ଛୁଇଁ ଭଜନା ଆଦି
ସୁସ୍ୱାଦୁ ଖାଦ୍ୟର ଅବିକଳ ପ୍ରତିଛବି ଆଙ୍କିଛନ୍ତି ଶାନ୍ତନୁ । ପ୍ରତ୍ୟେକ ଓଡ଼ିଆ ଏହାକୁ ପାଳନ କରିବାକୁ ସେ ଚିତ୍ର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.