ମୋ ଜୀବନ ବଞ୍ଚାଇଥିଲେ ସଲମାନ୍‌: ଆୟଶା

0 18

ମୁମ୍ୱାଇ, : ଆୟଶା ଜୁଲକା ନିଜ ସମୟରେ ଖୁବ୍‌ ସୁନ୍ଦରୀ ଓ ଟାଲେଣ୍ଟେଡ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ସେ ନିଜର କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଏବେ ଆୟଶା ନିକଟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ୯୦ ଦଶକ ବେଳେ ସେଟରେ ସେଫ୍ଟିର ବ୍ୟବସ୍ଥା ସେତେ ଭଲ ନଥିଲା । ସେ କହିଛନ୍ତି କି, କେମିତି ଥରେ ସଲମାନ ତାଙ୍କୁ ସେଟରେ ଫିଲ୍ମ କୁର୍ବାନ ବେଳେ ମୃତ୍ୟୁ ମୁଖରୁ ବଞ୍ଚାଇ ଥିଲେ । ବଲିଉଡ୍ ବବଲକୁ ଦେଇଥିବା ଇଣ୍ଟରଭ୍ୟୁ ବେଳେ ଆୟଶା କହିଛନ୍ତି ଯେ, ଏହି ସମୟରେ ୱାଲକିଜ୍ -ଟଲକିଜ୍ ନଥିଲା ଏବଂ ଲୋକେ ସେଟରେ ଜୋରରେ ଚିଲେଇ ଚିଲେଇ ଇନଷ୍ଟ୍ରକସନ ଦେଉଥିଲେ ବା ଦୂରରୁ ପତାକା ଦେଖାଉ ଥିଲେ । ଥରେ ଇଗାତପୁରୀ ରେଲୱେ ଟ୍ରାକ୍‌ ପାଖରେ ଆମେ ସୁଟ୍ କରୁଥିଲୁ ଏବଂ ଆମକୁ କୁହାଯାଇ ଥିଲା ଯେ, ଏହି ସମୟରେ କୌଣସି ଟ୍ରେନ୍ ଆସିବ ନାହିଁ । ଆମେ ଟ୍ରାକ୍ସରେ ସୁଟିଂ ଆରମ୍ଭ କରି ଦେଇଥିଲୁ । କ୍ୟାମେରାମ୍ୟାନ କ୍ୟାମେରା ଲଗେଇ ଥିଲେ । ମୋତେ ଟ୍ରାକରେ ଡ୍ୟାନ୍ସ କରିବାର ଥିଲା ଏବଂ ମୋ ପୂର୍ବରୁ ସଲମାନଙ୍କ ଡ୍ୟାନ୍ସ ଥିଲା । ଆୟଶା ଆହୁରି କହିଛନ୍ତି, ଆମ ଗୀତ ଜୋରରେ ଚାଲି ଥିଲା । ଆମେ ବାରମ୍ୱାର ରିହର୍ସଲ କରୁଥିଲୁ ଏବଂ ସେତେବେଳେ ମୋତେ କେହି ଜଣେ ଜୋରରେ ଧକ୍କା ଦେଲା ଏବଂ ଏମିତି ଲାଗିଲା କି ଯେମିତି ମୋର ସମଗ୍ର ଶରୀର ଦୋହଲି ଗଲା । ସଲମାନ ମୋତେ ଜୋରରେ ଟାଣିନେଲେ, କାରଣ ସେ ଶୁଣି ପାରିଥିଲେ ଯେ ଟ୍ରେନ୍ ଆସୁଛି । ସେ ସେହି ମୁହୂର୍ତ୍ତରେ ବୁଝି ପାରିଲେ ନାହିଁ କି, କ’ଣ ହେଉଛି । ସମସ୍ତେ ଏହା କହିଲେ କି ସଲମାନ ତାଙ୍କର ଜୀବନ ବଞ୍ଚାଇଛନ୍ତି । ସଲମାନ ପୁଣି ୟୁନିଟର ଲୋକଙ୍କୁ ଜୋରରେ ଚିଲେଇ ଡାକି ଥିଲେ ଯେ, ସେ ବି କାଳେ ଟ୍ରାକରେ ଥାଇ ପାରନ୍ତି । ମୋ ପୂର୍ବରୁ ସେ ସେଠାରେ ଶୁଟ୍ କରୁଥିଲେ । ଆୟଶାଙ୍କ ବିଷୟରେ ଯଦି କହିବା ତ, ସେ ଅନେକ ସୁପରହିଟ୍ ଫିଲ୍ମରେ କାମ କରି ସାରିଛନ୍ତି । ଯେମିତି କି, ଖିଲାଡି, ଚାଚି ୪୨୦, ଜୋ ଜିତା ୱହି ସିକନ୍ଦର । ସେ ନିକଟରେ ସେଲେବ୍ରିଟି ମାଷ୍ଟରଶେଫ୍ ଶୋ\’ରେ ମଧ୍ୟ ନଜର ଆସିଥିଲେ ।

Leave A Reply

Your email address will not be published.