ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

0 31

ବିଶ୍ୱ ଖାଉଟି ଅଧିକାର ଦିବସ ଭଦ୍ରକ ବ୍ଲକ ବରପଦା ସ୍ଥିତ କେ କେ ଆର କଲେଜରେ ପାଳିତ ହୋଇଯାଇଛି, ବିଶ୍ୱ ଖାଉଟି ଅଧିକାର ବାବଦରେ ଏକ ସଚେତନତା କରିବା ଲକ୍ଷରେ ଏହି କାର୍ଯ୍ୟକ୍ରମ କରାଯାଇଛି, ଏହି ଅବସରରେ ଆଇନଜୀବୀ ବସନ୍ତ ଖିଲାର ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ, ଲିଙ୍ଗରାଜ ବେହରା ଉପସ୍ଥିତ ରହି ଖାଉଟି ଅଧିକାର ବାବଦରେ ଆଲୋଚନା କରିବା ସହ ସଚେତନତା କରିଥିଲେ, ମୁଖ୍ୟ ବକ୍ତା ଭାବେ ଖାଉଟି ଅଦାଲତର ବିଚାରପତି ଶିବ ପ୍ରସାଦ ମହାନ୍ତି ଯୋଗ ଦେଇ ଖାଉଟି ଅଧିକାର ବାବଦରେ ଆଲୋଚନା କରିବା ସହ କିପରି ଜଣେ ଖାଉଟି କିପରି ଠକେଇ ରୁ ବର୍ତ୍ତି ପାରିବ ଯଦି ଜଣେ ଖାଉଟି ଠକାମୀ ର ଶିକାର ହୁଏ କିପରି ଖାଉଟି ଅଦାଲତ ଆଇନ ମାଧ୍ୟମରେ କିପରି ନ୍ୟାୟ ପାଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ।ସେହିପରି ଜିଲ୍ଳା ଓଜନ ମାପ ନିୟନ୍ତ୍ରକ ପ୍ରିୟବ୍ରତ ଜେନା କିପରି ଜଣେ ଖାଉଟି ଓଜନ ମାପରେ ଠକାମୀରେ ଶିକାର ହେଉଛନ୍ତି ତାକୁ କିପରି ସଚେତନ ହେବେ ସେ ନେଇ ତାଙ୍କ ବକ୍ତବ୍ୟରେ କହୁଥିଲେ, ଅନ୍ୟ ସଂମ୍ମାନିତ ଅତିଥି ଭାବେ କେକେଆର କଲେଜ ଅଧକ୍ଷ, ରାଜେନ୍ଦ୍ର ପଣ୍ଡା , ଉପଭୋକ୍ତା ମହିଳା ମହାସଂଘ ର ରାଜ୍ୟ ସମ୍ପାଦକ ବନିତା ସାମଲ ,ସହ ସମ୍ପାଦକ ରଚିତା ଜେନା ଖାଉଟି ଅଧିକାର ସଚେତନତା ଉପରେ ନିଜ ବକ୍ତବ୍ୟ ରଖିଥିଲେ, ଖାଉଟି ଅଧିକାରୀ ତିଳତ୍ତମା ଦାସଙ୍କ ସମେତ କଲେଜର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ

Leave A Reply

Your email address will not be published.