ସାଂସଦଙ୍କୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

0 36

ନୂଆଦିଲ୍ଲୀ,: ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ସଂସଦ ସଦସ୍ୟଙ୍କୁ ଏକ ଉଦାହରଣ ଦେବା ପାଇଁ ନିୟମିତ ଭାବେ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ମେଦବହୁଳ ଓ ଜୀବନଶୈଳୀ ସହିତ ଜଡିତ ରୋଗ ନେତାଙ୍କୁ ବି ମାଡିବସୁଛି । ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡା ଲୋକସଭାରେ ପ୍ରଶ୍ନକାଳ ସମୟରେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚର ଗୁରୁତ୍ୱକୁ ରେଖାଙ୍କିତ କରିଛନ୍ତି । ସେ କହିଛନ୍ତି ଯେ, ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଆଜି ଆମେ ଅନେକ ପ୍ରକାରର ଅଣସଞ୍ଚାରୀ ରୋଗର ଶିକାର ହେଉଛୁ । ସେ କହିଛନ୍ତି ଯେ, ଇଣ୍‌ତିଆନ୍‌ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଅନୁସାରେ ଅଣସଞ୍ଚାରୀ ରୋଗର ଘଟଣା ୧୯୯୦ରେ ୩୭ ପ୍ରତିଶତରୁ ବୃଦ୍ଧି ପାଇ ୨୦୧୬ରେ ୬୧.୮ ପ୍ରତିଶତ ହୋଇଛି । ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ଅଟେ । ଜୀବନଶୈଳୀ ସହିତ ସଂପର୍କିତ ରୋଗ ଖାଦ୍ୟପେୟର ଅଭ୍ୟାସ ଓ ଦୈନିକ ଦିନଚର୍ଯ୍ୟା ସହିତ ଜଡିତ । ଏହି ଅବସରରେ ସେ କହିଛନ୍ତି ଯେ, ଆମ ମଧ୍ୟରୁ ଅନେକ ସଦସ୍ୟ ମୋଟାପଣର ଶିକାର ହୋଇଛନ୍ତି । ଏଭଳି କ୍ଷେତ୍ରରେ ଜରୁରୀ ଯେ, ସମସ୍ତ ସାଂସଦ ବର୍ଷକୁ ଥରେ ନିଜ ମେଡିକାଲ ଚେକ୍ ଅପ୍ କରାନ୍ତୁ ।

Leave A Reply

Your email address will not be published.