ଧର୍ମଗଡ଼,: ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ଥିବା କାରଣରୁ ଉଠା ଜଳସେଚନ ପ୍ରକଳ୍ପରୁ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିଛି । ତେବେ ମାର୍ଚ୍ଚ ମାସ ଆରମ୍ଭରୁ କ୍ରମ ବର୍ଦ୍ଧିତ ଗ୍ରୀଷ୍ମପ୍ରବାହ ଜଳଉତ୍ସ ଗୁଡିକ ଶୁଖିବାକୁ ଲାଗିଲାଣି । ଫଳରେ ମଣିଷ ଠାରୁ ଗୃହପାଳିତ ପଶୁ, ଜୀବଜନ୍ତୁ ମାନେ ମଧ୍ୟ ପାଣି ପାଇଁ ହାହାକାର ହେଉଛନ୍ତି । କେନାଲରେ ଜଳସେଚନ ବନ୍ଦ ଫଳରେ ଭୂତଳ ଜଳସ୍ତର ମଧ୍ୟ
କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ କୁସୁମଖୁଣ୍ଟି ଠାରେ ଥିବା ଉଠା ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀଙ୍କୁ ମଣିଷଙ୍କ ନିତ୍ୟ ବ୍ୟବହାର୍ଯ୍ୟ, ଗୃହ ପାଳିତ ପଶୁ ଓ ଜୀବଜନ୍ତୁଙ୍କ ପାଇଁ କେନାଲରେ ଅଳ୍ପ ମାତ୍ରାରେ ଜଳସେଚନ କରିବାକୁ ଲିଖିତ ଅନୁରୋଧ କରିଥିଲେ । ଘଟଣାକୁ ମାନବିକତା ଦୃଷ୍ଟିରେ ରଖି ଉଠା ଜଳସେଚନ ପ୍ରକଳ୍ପ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୯ ଘଣ୍ଟା ରେ ୭.୫ କ୍ୟୁମେକ ପାଣି ଛଡ଼ାଯାଇଥିବା ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ ସୂଚନା ଦେଇଛନ୍ତି । ଫଳ ସ୍ୱରୂପ କେନାଲରେ ଗ୍ରୀଷ୍ମ ପ୍ରବାହ ସମୟରେ
ଏକ ଫୁଟ ପାଣି ରହିବ ବୋଲି ସୂଚନା ମିଳିଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଅଗ୍ରୱାଲଙ୍କ ଏହି କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି ।
ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଆଜିଠୁ ଜଳସେଚନ
Next Post