କନ୍ୟା ସନ୍ତାନ ସୁରକ୍ଷା ସମ୍ପର୍କିତ କର୍ମଶାଳା

0 33

ପୁରୀ,: ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ ସମ୍ପୂର୍ଣ୍ଣ ବେଆଇନ ଓ ଏଥିପାଇଁ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା ରହିଛି । ତେଣୁ ବ୍ୟାପକ ସଚେତନତା ସୃଷ୍ଟି କରି ଏହି ଘୃଣ୍ୟ କାର୍ଯ୍ୟକୁ ପ୍ରତିହତ କରିବା ଲକ୍ଷ୍ୟରେ ଏକ କର୍ମଶାଳା ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଯୋଗଦେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କହିଥିଲେ ଭାରତୀୟ ସଂସ୍କୃତି, ପୁରାଣ
ଓ ଇତିହାସରେ ନାରୀକୁ ଉଚ୍ଚ ସ୍ଥାନ ଓ ସମ୍ମାନରେ ରଖାଯାଏ । ତେବେ ସାମ୍ପ୍ରତିକ ସମାଜରେ ନାରୀର ସୁରକ୍ଷା ଓ ସମ୍ମାନରେ ଅବକ୍ଷୟ ଅତ୍ୟନ୍ତ ଦୁଃଖଦ କଥା । ନାରୀ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ପରି । ସମସ୍ତେ
ମିଶି କନ୍ୟା ସନ୍ତାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସେ ଅନୁରୋଧ କରିଥିଲେ । ଏଡିଏମଓ (ପରିବାର କଲ୍ୟାଣ) ଡା ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ଭ୍ରୂଣର ସୁସ୍ଥତା, ଅବସ୍ଥା ଜାଣିବା ପାଇଁ ପରୀକ୍ଷା ନିରୀକ୍ଷା କରାଯାଇଥାଏ । ତାହାରି ଆଧାରରେ ଚିକିତ୍ସା ସୁବିଧା ହୋଇଥାଏ । କିନ୍ତୁ ଲିଙ୍ଗ ନିରୂପଣ ସମ୍ପୂର୍ଣ୍ଣ ବେଆଇନ । ଏହାକୁ ପ୍ରତିହତ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନଫୋର୍ସମେଣ୍ଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ବୋଲି ସେ କହିଥିଲେ । ଶିଶୁ ସୁରକ୍ଷା ୟୁନିଟର ଆଇନ
ପରାମର୍ଶଦାତା ସନ୍ତୋଷ କୁମାର ସାହୁ ଭ୍ରୂଣର ଲିଙ୍ଗନିରୂପଣ ସଂକ୍ରାନ୍ତୀୟ ଆଇନ ୧୯୯୪ର ବିସ୍ତୃତ ବ୍ୟାଖ୍ୟା କରିବା ସହ ଦଣ୍ଡ ବ୍ୟବସ୍ଥା, କର୍ତ୍ତବ୍ୟରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିଥିଲେ । ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ରମ, ଚନ୍ଦ୍ର ପ୍ରଭା ଦେଇ, ବାଲ୍ୟବତୀ ମହାନ୍ତି, ବିଭିନ୍ନ ବ୍ଲକର ସିଡିପିଓ ଓ ସୁପରଭାଇଜର ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.