ମାରୁତି ନଗର ଭିତରେ ୧୧ କେଭି ବିଦ୍ୟୁତ ତାର, ଲୋକେ ଆତଙ୍କିତ

0 33

ସୁବର୍ଣ୍ଣପୁର, : ଦୀର୍ଘ ଦିନ ହେଲା ମାରୁତି ନଗର ଭିତରେ ଟଣାଯାଇଛି ୧୧ କେଭି ବିଦ୍ୟୁତ ତାର । ବିଭିନ୍ନ ସମୟରେ ପବନ ଯୋଗୁଁ ତାର ଛିଣ୍ଡି ଯିବା ଆଶଙ୍କା ଥିବାରୁ ସୋନପୁର ସହର ଉପକଣ୍ଠ କୋଶଳ ଆବାସିକ ବିଦ୍ୟାଳୟ ନିକଟବର୍ତ୍ତୀ ମାରୁତି ନଗର ବାସୀ ଆତଙ୍କିତ ଅବସ୍ଥାରେ ସବୁବେଳେ ରହୁଛନ୍ତି । ନବନିର୍ମିତ ହନୁମାନ ମୂର୍ତ୍ତି ପାଖରେ କେବୁଳ ତାର ସଂଯୋଗ ଥିବା ବିଦ୍ୟୁତ ଖୁଣ୍ଟ ରହିଥିବା ଯୋଗୁଁ ପେଣ୍ଡାଲ ନିର୍ମାଣରେ ବାଧାସୃଷ୍ଟି କରୁଛି । ସେହିପରି ଏହାର ନିକଟରେ
ଏକ ୧୧ କେଭି ଲୁହା ବିଦ୍ୟୁତ ଖୁଣ୍ଟରୁ ତା\’ର ତଳକୁ ଓହ୍ଲାଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ତାହା କେତେବେଳେ ଛିଣ୍ଡି ପଡ଼ି ଧନଜୀବନ ହାନି ହେବ ତାହା କହି ହେବନାହିଁ । ଏହି ପଡ଼ା ଭିତରେ ଏକ ଟ୍ରାନ୍ସଫର୍ମର ସେନା କର୍ମଚାରୀ ପ୍ରଭାତ ଦେହୁରୀଙ୍କ ଘରକୁ ଲାଗି ରହିଛି । ଏଠାରେ ବିଭିନ୍ନ ସମୟରେ ପାର୍କିଙ୍ଗ ହୋଇ ନିଆଁ ବାହାରିଥାଏ । ଫଳରେ ଭୟଭୀତ
ଅବସ୍ଥାରେ ରହୁଛନ୍ତି ମାରୁତି ନଗରବାସୀ । ଏହାର ସ୍ଥାୟୀ ପ୍ରତିକାର ପାଇଁ ଏମାନେ ବାରମ୍ବାର ରାଜନେତା, ସରକାରୀ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି । ତଥାପି ସମସ୍ୟାର ସମାଧାନ ହେଉ ନଥିବା ଅଭିଯୋଗ କରିଛନ୍ତି । ମାରୁତି ନଗରବାସୀଙ୍କ ଏହି ସମ୍ବେଦନଶୀଳ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.