ରତ୍ନ ଭଣ୍ଡାର ମରାମତି ହୋଇ ନ ଥିଲେ ଭୁଶୁଡ଼ି ପଡ଼ିଥାଆନ୍ତା: ଆଇନ ମନ୍ତ୍ରୀ

0 29

ଭୁବନେଶ୍ୱର,: ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ ବକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ରତ୍ନ ଭଣ୍ଡାର ମରାମତି ହୋଇ ନ ଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା । ଆଜି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ, ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନ ଭଣ୍ଡାର ମରାମତି ଚୁଡାନ୍ତ ସ୍ଥିତିକୁ ଆସିଲାଣି । ନିତିକାନ୍ତି ବ୍ୟାଘାତ ନ କରି ମରାମତି କାମ ଚାଲିଛି । ଦିନରେ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ମରାମତି କାମ ଚାଲିଛି । ରତ୍ନ ଭଣ୍ଡାରର ଯେତିକି ଡ୍ୟାମେଜ ହୋଇଥିଲା, ଯଦି ମରାମତି ହୋଇ ନ ଥାଆନ୍ତା, ମୋର ତ ଆଶଂକା ଯେ ହୁଏତ ଭିତର କେତେବେଳେ ଭୁଶୁଡ଼ି ପଡ଼ି ଥାଆନ୍ତା । ତେଣୁ ସେଭଳି ସ୍ଥିତିରେ ଥିବା ରତ୍ନ ଭଣ୍ଡାରକୁ ସମ୍ପୂର୍ଣ୍ଣରୂପେ ଶହେରୁ ଦୁଇ ଶହ ବର୍ଷ ଠିକ୍ ଢ଼ଙ୍ଗରେ ରହିଲା ପରି ମରାମତିର ଯେଉଁ ପ୍ରକ୍ରିୟା ରହିଛି । ତାକୁ ନଜର ରଖି ଏଏସଆଇ କୁ କୌଣସି ପ୍ରକାର ବ୍ୟସ୍ତ କରାଯାଉ ନାହିଁ । ସେମାନେ ତାଙ୍କ ନିଜ ଟାଇମରେ କାମ କରୁଛନ୍ତି । ଯେହେତୁ ଏଏସଆଇ କୁ ସମୟ କମ ଦିଆଯାଉଛି । ସେଇ ଦୃଷ୍ଟିରୁ ବିଳମ୍ବିତ ହେଉଛି । ସ୍ନାନ ଯାତ୍ରା ପୂର୍ବରୁ ଆମେ ବି ସାରିବା ପାଇଁ ଚେଷ୍ଟା କରୁଛୁ । ରତ୍ନ ଭଣ୍ଡାରର କାମ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ।

Leave A Reply

Your email address will not be published.