ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଇପିଏଲ ଯାତ୍ରାର ୧୦ ବଷ

0 29

ନୂଆଦିଲ୍ଲୀ,: ଦିନେ ଅନସୋଲ୍ଡ ଥିଲେ । ଆଜି ଦଳର ନେତୃତ୍ୱ ସମ୍ଭାଳିଛନ୍ତି । ଏମିତି କି ତାଙ୍କ ଅଧିନାୟକର ଆଇପିଏଲ ଟିମ୍ ଗୁଜରାଟ ଟାଇଟାନ୍ସ ପ୍ରଥମ ଟ୍ରଫି ବି ଜିତିଛି । ସେ ହେଉଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଆଇପିଏଲ ଯାତ୍ରାକୁ ୧୦ ବର୍ଷ ପୁରଣ ହୋଇଛି । ଏ ନେଇ ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଭାବପୂର୍ଣ୍ଣ ଅଭିବାଦନ ଜଣାଇଛନ୍ତି । ସୋସିଆଲ ମିଡ଼ିଆରେ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅବଦାନକୁ ସଲାମ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ତାଙ୍କୁ ‘କୁଂଫୁ ପାଣ୍ଡ୍ୟା\’ ବୋଲି କହିଛି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ ସେୟାର କରି ମୁମ୍ବାଇ ଇଣ୍ଡିଆନ୍ସ କହିଛି, ‘ଜଣେ ପ୍ରତିଭାବାନ ଅଲରାଉଣ୍ଡର ସମୟକ୍ରମେ ଯିଏକି ଜଣେ କିମ୍ବଦନ୍ତୀ ଖେଳାଳି ହୋଇଛନ୍ତି । ୨୦୧୫ ଏପ୍ରିଲ ୧୯ରେ ହାର୍ଦ୍ଦିକ ପାଣ୍ଡ୍ୟା ନୀଳ ଓ ସ୍ୱର୍ଣ୍ଣିମ ଜର୍ସି ପିନ୍ଧିଥିଲେ । ଏହା ଭିତରେ ସ୍ୱର୍ଣ୍ଣିମ ଇତିହାସରେ ଲମ୍ବା ଧାରା ସୃଷ୍ଟି କରିଆସିଛନ୍ତି ପାଣ୍ଡ୍ୟା ।\’ ମୁମ୍ବାଇ ଇଣ୍ଡିଆନ୍ସରେ ଏହି ପୋଷ୍ଟକୁ ପ୍ରଶଂସକ ବେଶ୍‌ ପ୍ରଶଂସା କରୁଛନ୍ତି । ଆଇପିଏଲରେ ଅନ୍ୟତମ ଶ୍ରେଷ୍ଠ ଫିନିସର ଆଖ୍ୟା ଦେଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସରୁ ହାର୍ଦ୍ଦିକଙ୍କ ଆଇପିଏଲ ଯାତ୍ରା ଆରମ୍ଭ ହୋଇଥିଲା । ୭ଟି ସିଜନ ପରେ ସେ ଗୁଜରାଟ ଟାଇଟନ୍ସ ଦଳର ନେତୃତ୍ୱ ନେଇଥିଲେ । ୨୦୨୨ରେ ଟାଇଟନ୍ସ ବିଜେତା ହେବା ସହିତ ୨୦୨୩ରେ ଉପବିଜେତା ହୋଇଥିଲା । ୨୦୧୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରି ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ପଦ ଗ୍ରହଣ କରିଥିଲେ । ଆଇପିଏଲ କ୍ୟାରିୟରରେ ହାର୍ଦ୍ଦିକ ପାଣ୍ଡ୍ୟା ୧୪୩ଟି ମ୍ୟାଚ ଖେଳିଛନ୍ତି । ସେଥିରେ ୨,୬୨୯ ରନ୍ କରିଛନ୍ତି । ପାଣ୍ଡ୍ୟାଙ୍କ ଖାତାରେ ୭୫ଟି ୱିକେଟ ରହିଛି ।

Leave A Reply

Your email address will not be published.