କୋରା ପୁଟ: ସିମିଳିଗୁଡାରୁ ଦାମନଯୋଡି ଦେଇ କୋରାପୁଟ ଯାଉଥିବା ଲକ୍ଷ୍ମୀ ବସ୍ (ଓଡି ୧୦ଏକ୍ସ ୮୭୧୯) ରୁ ଜନୈକା ମହିଳା ପଡ଼ି ଆହାତ ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ, ବସଟି କୋରାପୁଟ ଯାଉଥିବା ସମୟରେ ଭେଜାପୁଟ ବଜାର ଠାରେ ବସ୍ ଚାଲିଥିବା ଅବସ୍ଥାରେ ମହିଳା ଜଣକ ହଠାତ୍ ଓହ୍ଲାଇବାକୁ ଚେଷ୍ଟା କରି ତଳକୁ ପଡ଼ିଯାଇଥିଲେ । ଫଳରେ ମହିଳାଙ୍କ ମୁଣ୍ଡ ମାଡ଼ ହୋଇ ରକ୍ତ ବାହାରୁଥିବା ଦେଖା ଯାଇଥିଲା । ତେବେ ସେଠାରେ ଥିବା ଲୋକମାନେ ମହିଳାଙ୍କୁ ତୁରନ୍ତ ମାଥାଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ ଓ ଚିକିତ୍ସ ପରେ ମହିଳା ଜଣକ ସୁସ୍ଥ ଥିବା ଜଣାପଡିଛି । ତେବେ ବସ୍ ଚାଲିଥିବା ବେଳେ ଗେଟ୍ କାହିଁକି ଖୋଲା ଥିଲା ଓ ଗେଟ୍ ନିକଟରେ ବସର କର୍ମଚାରୀ କାହିଁକି ଉପସ୍ଥିତ ନଥିଲେ ବୋଲି ଉପସ୍ଥିତ ଲୋକମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବସ ର ବେଗ କମ୍ ଥିବାରୁ ମହିଳା ଜଣକ ଆହତ ହୋଇଥିଲେ, ନଚେତ୍ ଏକ ବଡ଼ ଦୁର୍ଘଟଣା କୁ ଏଡ଼ାଇ ଦିଆଯାଇ ନପାରେ । ସୁରକ୍ଷିତ ଭାବେ ବସ୍ ଚଳାଚଳ କରିବା ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।