ଶ୍ରୀନଗର, : ଇଟାର ଜବାବ ପଥରରେ ଦେବ ଭାରତ । ଖୋଜି ଖୋଜି ଆତଙ୍କୀ ମରାଯିବ । ପାତାଳରେ ଥିଲେ ବି ଆତଙ୍କୀର ପ୍ରାଣ ଛଡାଇ ଆଣିବେ ଆମ ଯବାନ । ପହଲଗାମ ଆତଙ୍କୀ ହମଲା ପରେ ଆକ୍ସନ ମୁଡରେ ଥିବା ଭାରତୀୟ ଯବାନ ଏବେ ସିଧାସିଧା ଆକ୍ରମଣ କରିଛନ୍ତି । ଆରମ୍ଭ କରିଛନ୍ତି ଅପରେସନ ଆତଙ୍କୀ ସଫା । ଇତିମଧ୍ୟରେ ଭାରତୀୟ ଯବାନ ଆତଙ୍କୀର ଘର ଉଡାଇ ଦେଇଛନ୍ତି । ଅନନ୍ତନାଗ ଜିଲ୍ଲାର ବିଜବେହରା ଗୋରୀ ଅଞ୍ଚଳରେ ରହୁଥିବା ଆତଙ୍କବାଦୀ ଆଦିଲ ହୁସେନ ଥୋକରର ଘରକୁ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି ଭାରତୀୟ ସୁରକ୍ଷାକର୍ମୀ । ଖାଲି ସେତିକି ନୁହେଁ ଆଉ ଜଣେ ଆତଙ୍କବାଦୀ ଆଶିଫ ଶେଖର ଘରକୁ ବି ଭାଙ୍ଗି ଦେଇଛନ୍ତି ସୁରକ୍ଷାକର୍ମୀ । ତ୍ରାଲରେ ଥିବା ଘରକୁ ବୁଲଡୋଜର ଚଳାଇ ଭାଙ୍ଗିଛନ୍ତି ସ୍ଥାନୀୟ ପ୍ରଶାସନ । ତେବେ ଦୁହେଁ ପହଲଗାମ ଆତଙ୍କୀ ହମଲା ସମ୍ପୃକ୍ତ ଥିବା କୁହାଯାଉଛି । ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏମାନେ ସାହାଯ୍ୟ କରି ପହଲଗାମ ବୈସରନରେ ବଡ ଆକ୍ରମଣ କରିବାରେ ସାହାଯ୍ୟ କରିଥିବା ଅଭିଯୋଗ ଥିବାରୁ ସେମାନଙ୍କ ଉପରେ ଆକ୍ସନ ହୋଇଛି । ସେପଟେ ଶୁକ୍ରବାର ଏଲଓସିରେ ପାକିସ୍ତାନୀ ସେନାକୁ ଜବାବ ଦେଇଛନ୍ତି ଭାରତୀୟ ଯବାନ । ଭାରତର ଆକ୍ସନ ପରେ ବିଳିବିଳେଇ ଯାଇଥିବା ପାକିସ୍ତାନ ଭୟରେ ସୀମାରେ ଆଗୁଆ ଫାୟାରିଂ କରିଥିଲା । ଜବାବରେ ଭାରତୀୟ ଯବାନ ଏହାର ମୁକାବିଲା କରିଥିଲେ । ସାରା ରାତି ଗୁଳିବିନିମୟ ଚାଲିଥିଲା । ତେବେ ଗୁରୁବାର ମୋଦି ଆତଙ୍କୀଙ୍କ ନିପାତ ପାଇଁ ଚେତାବନୀ ଦେଇଥିଲେ । ପାତାଳରେ ଲୁଚିଥିଲେ ବି ଖୋଜି ଖୋଜି ମାରିବୁ ବୋଲି ମୋଦି କହିଥିଲେ । ପହଲଗାମ୍ ଆତଙ୍କୀ ହମଲାରେ ସାମିଲ ଥିବା ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିଦେବୁ କହି ମୋଦି ଆତଙ୍କୀଙ୍କୁ ଚାଲେଞ୍ଜ ଦେଇଥିଲେ ଏବଂ କାହାକୁ ଛାଡିବୁନି, ଆତଙ୍କୀଙ୍କୁ ମାରି ମାଟିରେ ମିଶେଇଦେବୁ । ଏମିତି ଦଣ୍ଡ ଦେବୁ ସେମାନେ କେବେ କଳ୍ପନା ବି
କରିନଥିବେ ବୋଲି କହିଥିଲେ । ମୋଦି ଆହୁରି କହିଥିଲେ, ଭାରତର ଆତ୍ମା ଉପରେ ଆକ୍ରମଣ କରି ଭୁଲ କରିଛନ୍ତି ଆତଙ୍କବାଦୀ । ଆତଙ୍କବାଦକୁ ପ୍ରଶୟ ଦେଉଥିବା ଦେଶକୁ ଧ୍ୱଂସ କରିବାର ସମୟ ଆସିଛି । ଆତଙ୍କୀଙ୍କ ଭୂସ୍ୱର୍ଗକୁ ମାଟିରେ ମିଶେଇ ଦେବୁ ।
ଆତଙ୍କୀର ଘର ଉଡ଼ାଇଦେଲେ, ବୁଲଡୋଜର ଚଲାଇ ମାଟିରେ ମିଶାଇ ଦେଲେ ଯବାନ
Prev Post