ପହଲଗାମ ହମଲାକୁ ନେଇ ଦୁଃଖ ପ୍ରକାଶ କଲେ ହିନା ଖାନ, ପୋଷ୍ଟ କରି ଲେଖିଲେ

0 17

ମୁମ୍ବାଇ, : ଟିଭି ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡିତ ଏବଂ ବର୍ତ୍ତମାନ ସେ ତାଙ୍କ ଜନ୍ମସ୍ଥାନ କାଶ୍ମୀରରେ ଅଛନ୍ତି । ଏହି ସମୟରେ ସେ ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାକୁ ନେଇ ମୁହଁ ଖୋଲିଛନ୍ତି । ବୈସରନ ଘାଟିର ଭୟଙ୍କର ଦୃଶ୍ୟ ଦେଖି ମର୍ମାହତ ହିନା ଖାନ ଏହି ଆକ୍ରମଣକୁ ଦେଶ ପାଇଁ ଏକ କଳା ଦିନ ବୋଲି କହିଛନ୍ତି । ଜଣେ ମୁସଲିମ ଓ ଭାରତୀୟ ଭାବରେ ତାଙ୍କର ଯନ୍ତ୍ରଣା ପ୍ରକାଶ କରି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର
କରିଛନ୍ତି ଏବଂ କ୍ଷମା ପ୍ରାର୍ଥନା କରିଛନ୍ତି । ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ ଲେଖିଛନ୍ତି, ଶୋକ ସମ୍ବେଦନାୟ କଳା ଦିନ । ଲୁହଭରା ଆଖିୟ ନିନ୍ଦା, କରୁଣାର ଆହ୍ୱାନ । ଯଦି ଆମେ ବାସ୍ତବତାକୁ ଗ୍ରହଣ ନ କରିବା, ତେବେ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ । ମୁସଲିମ ବୋଲି ଦାବି କରୁଥିବା ନିଷ୍ଠୁର ଅମାନବୀୟ ମାନସିକତା ଥିବା ଆତଙ୍କବାଦୀମାନେ ଯେଉଁଭଳି ଭାବରେ ଏହି ଆକ୍ରମଣ କରିଛନ୍ତି, ତାହା ଭୟଙ୍କର । ମୁଁ କଳ୍ପନା ମଧ୍ୟ କରିପାରୁନାହିଁ ଯେ ଜଣେ ମୁସଲିମକୁ ବନ୍ଧୁକ ମୁନରେ ତାଙ୍କ ଧର୍ମ ପରିତ୍ୟାଗ କରିବାକୁ ବାଧ୍ୟ କରାଯିବ ଏବଂ ତା\’ପରେ ତାଙ୍କୁ ହତ୍ୟା କରାଯିବ । ଏହା ମୋ ହୃଦୟକୁ ଭାଙ୍ଗି ଦେଇଛି । ସେ ଆହୁରି ଲେଖିଛନ୍ତି, ଜଣେ ମୁସଲିମ ଭାବରେ ମୁଁ ମୋର ସମସ୍ତ ହିନ୍ଦୁ ଏବଂ ମୋର ଭାରତୀୟ ସାଥୀମାନଙ୍କୁ କ୍ଷମା ମାଗିବାକୁ ଚାହୁଁଛି । ମୁଁ ସେମାନଙ୍କ ଶକ୍ତି ଏବଂ ଶାନ୍ତି ପାଇଁ ପ୍ରାର୍ଥନା କରୁଛି ମୁଁ ଏହାକୁ ନିନ୍ଦା କରୁଛି ଏବଂ ମୁଁ ଏପରି କରିଥିବା ଲୋକଙ୍କୁ ଘୃଣା କରୁଛି । କିଛି ମୁସଲିମଙ୍କ କାର୍ଯ୍ୟ ପାଇଁ ମୁଁ ଯେତେ ଲଜ୍ଜିତ, ମୋର ଭାରତୀୟ ସାଥିମାନଙ୍କୁ ଅନୁରୋଧ କରୁଛି ଯେ ଆମକୁ ସମସ୍ତଙ୍କୁ ଅଲଗା ନକରନ୍ତୁ ଯଦି ଆମେ ପରସ୍ପର ସହିତ ଲଢ଼ିବା, ତେବେ ଆମେ ସେଇ କାର୍ଯ୍ୟ କରିବା ଯାହା ସେ ଆମକୁ କରାଇବାକୁ ଚାହାଁନ୍ତି । ଅଭିନେତ୍ରୀ ଆହୁରି ଲେଖିଛନ୍ତି, ମୁଁ ପରିବର୍ତ୍ତନ ଦେଖୁଛି… ମୁଁ ଯୁବ କାଶ୍ମୀରୀଙ୍କ ହୃଦୟରେ ଭାରତ ପ୍ରତି ବିଶ୍ୱାସ ଏବଂ ନିଷ୍ଠା ଦେଖିପାରୁଛି । ଏବେ ସମୟ ଆସିଛି ଯେ ଆମେ କାଶ୍ମୀରବାସୀ ଆମର କାଶ୍ମୀରକୁ ଫେରିପାଇବୁ ଯେଉଁଠାରେ ଜଣେ କାଶ୍ମୀର ପଣ୍ଡିତ ତାଙ୍କ ସାଥୀ କାଶ୍ମୀରୀ ମୁସଲିମଙ୍କ ସହିତ ପରିବାର ପରି ରହୁଥିଲେ । ଏହି କଷ୍ଟକର ସମୟରେ ଆମେ ସମସ୍ତେ ଏକାଠି ହୋଇ ଭାରତକୁ ସମର୍ଥନ କରିବା ଉଚିତ । କୌଣସି ରାଜନୀତି ନାହିଁ । କୌଣସି ବିଭାଜନ ନାହିଁ । କୌଣସି ଘୃଣା ନାହିଁ… ଆମେ ପ୍ରଥମେ ଭାରତୀୟ । ଜୟ ହିନ୍ଦ ।

Leave A Reply

Your email address will not be published.