ପୁଣି ମହଙ୍ଗା ହୋଇପାରେ ରନ୍ଧନ ଗ୍ୟାସ୍‌!

0 11

ନୂଆଦିଲ୍ଲୀ/ଭୁବନେଶ୍ୱର,: ପୁଣିଥରେ ବଢ଼ିପାରେ ରନ୍ଧନ ଗ୍ୟାସ୍ ମୂଲ୍ୟ । ଗ୍ୟାସ ସିଲିଣ୍ଡର ଦର ୧୦୦ରୁ ୧୫୦ ଟଙ୍କା ବୃଦ୍ଧି ଘଟିପାରେ । ଠିକ୍ ମାସକ ପୂର୍ବେ ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ହୋଇଥିଲା । ସୂଚନା ଅନୁଯାୟୀ, ୨୦୨୬ ଆର୍ଥିକ ବର୍ଷରେ ତେଲ କମ୍ପାନୀଗୁଡ଼ିକ ରନ୍ଧନ ଗ୍ୟାସ (ଏଲପିଜି) ବିକ୍ରିରେ ୩୦ ହଜାର କୋଟି ଟଙ୍କାର କ୍ଷତି ସହିବେ । ପୂର୍ବରୁ ଏହି କ୍ଷତି ପ୍ରାୟ ୪୦ହଜାର କୋଟି ଟଙ୍କା ଥିଲା । ଏପ୍ରିଲ ମାସରେ ସରକାର ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରିବା ପରେ ଏହି କ୍ଷତି ୧୦ ହଜାର କୋଟି ଟଙ୍କା ହ୍ରାସ ପାଇଥିଲା । ଯଦି ସରକାର ତୈଳ କମ୍ପାନୀଗୁଡ଼ିକୁ ସାହାଯ୍ୟ ନ କରନ୍ତି, ତେବେ ଆଗାମୀ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇପାରେ । ଏସବୁ ମଧ୍ୟରେ ଯଦି ଭାରତ- ପାକିସ୍ତାନ ଯୁଦ୍ଧ ହୁଏ, ତେବେ ସରକାରଙ୍କୁ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ପଡ଼ିବ । ଏଥିଯୋଗୁଁ ସରକାର ତୈଳ କମ୍ପାନୀଗୁଡ଼ିକୁ ଦେବାକୁ ଯାଉଥିବା ଆର୍ଥିକ ସହାୟତା ବନ୍ଦ କରିପାରନ୍ତି । ଏହି କ୍ଷତି ଦୂର କରିବା ପାଇଁ ସାଧାରଣ ଖାଉଟିଙ୍କ ଉପରେ ଏଳ୍ପିଜି ଦର ବୃଦ୍ଧି ଆକାରରେ ଆର୍ଥିକ ବୋଝ ଲଦି ଦିଆଯାଇପାରେ ବୋଲି ଅର୍ଥନୀତି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.