ନୂଆଦିଲ୍ଲୀ,: ଚଳିତ ବର୍ଷ ଭାରତୀୟ ଅର୍ଥନୀତି ଏକ ବଡ଼ ମାଇଲଖୁଣ୍ଟ ଅତକ୍ରମ କରିବାକୁ ଯାଉଛି । ଭାରତୀୟ ଅର୍ଥନୀତି ଚଳିତ ବର୍ଷ ଶେଷସୁଦ୍ଧା ଜାପାନକୁ ପଛରେ ପକାଇ ବିଶ୍ୱର ୪ର୍ଥ ବୃହତ୍ତମ ଅର୍ଥନୀତି ହେବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ପୂର୍ବାନୁମାନ କରିଛି । ଆଇଏମଏଫ୍ ଦ୍ୱାରା ପ୍ରକାଶିତ ବିଶ୍ୱ ଅର୍ଥନୈତିକ ଆଉଟଲୁକ ଏପ୍ରିଲ ୨୦୨୫ ରେ ଏହି ସୂଚନା ଦିଆଯାଇଛି । ରିପୋର୍ଟରେ କୁହାଯାଇଛି ଯେ ୨୦୨୫ ମସିହାରେ ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପି ୪,୧୮୭.୦୧୭ ବିଲିୟନ ଡଲାରକୁ ବୃଦ୍ଧି ପାଇବ । ସେହି ସମୟରେ, ଜାପାନର ଜିଡିପିର ଆକାର ୪,୧୮୬.୪୩୧ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି । ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିୟ ଜିଡିପିରେ ଭାରତଠାରୁ ଆମେରିକା, ଚୀନ୍, ଜର୍ମାନୀ ଏବଂ ଜାପାନ ଆଗରେ ଅଛନ୍ତି । ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିୟ ଜିଡିପିରେ ଭାରତଠାରୁ ଆମେରିକା, ଚୀନ୍, ଜର୍ମାନୀ ଏବଂ ଜାପାନ ଆଗରେ ଅଛନ୍ତି । ଆଇଏମଏଫର ଆକଳନ ଅନୁଯାୟୀ, ଭାରତ ଆଗାମୀ କିଛିବର୍ଷରେ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ । ୨୦୨୭ ସୁଦ୍ଧା ଭାରତର ଅର୍ଥନୀତି ୫ ଟ୍ରିଲିୟନ ଡଲାର ଅତିକ୍ରମ କରିପାରିବ ଏବଂ ଏହି ସମୟ ମଧ୍ୟରେ ଜିଡ଼ିପି ଆକାର ୫,୦୬୯.୪୭ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି । ସେହିପରି, ୨୦୨୮ ସୁଦ୍ଧା, ଭାରତର ଜିଡ଼ିପି ଆକାର ୫,୫୮୪.୪୭୬ ବିଲିୟନ ଡଲାର ହେବ, ଯେଉଁଠାରେ ଏହି ସମୟ ମଧ୍ୟରେ, ଜର୍ମାନୀର ଜିଡିପିର ଆକାର ୫,୨୫୧.୯୨୮ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି ।