ପାରାଦୀପ – ଇଫକୋ ପାରାଦୀପ ୟୁନିଟ ରେ ୧୨ତମ ଆନ୍ତଃ ଶାଖା ସାଂସ୍କୃତିକ ମହୋତ୍ସବ ୨o୨୫ ଜୁନ ୨ ତାରିଖ ଠାରୁ ମହା ସମାରୋହ ରେ ଆରମ୍ଭ ହୋଇଛି l ସାତଦିନ ବ୍ୟାପି ଏହି ମହୋତ୍ସବ ପ୍ରଥମ ଥର ପାଇଁ ପାରାଦୀପ ଠାରେ ଆୟୋଜିତ ହେଉଅଛି l ଏହି ସାଂସ୍କୃତିକ ମହୋତ୍ସବ କୁ ଇଫକୋ ଅଧ୍ୟକ୍ଷ ଦିଲୀପ ସାଙ୍ଘାନୀ ଏବଂ ତାଙ୍କ ସହଧର୍ମିଣୀ ଗୀତା ବେନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଇଫକୋ ପାରାଦୀପ ୟୁନିଟ ମୁଖ୍ୟ ପି.କେ.ମହାପାତ୍ର ସମେତ ଅନ୍ୟ ଅଧିକାରୀ ମାନେ ଅଧ୍ୟକ୍ଷ ଦିଲୀପ ସାଙ୍ଘାନୀ ଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରି ଆନନ୍ଦ ପ୍ରକାଶ କରିଥିଲେ l ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ସାଙ୍ଘାନୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଇଫକୋ ଆନ୍ତଃ ଶାଖା ମଧ୍ୟରେ ଏହି ସାଂସ୍କୃତିକ ମହୋତ୍ସବ ପରସ୍ପର ସଂସ୍କୃତି ବିନିମୟ ଓ ଏକ୍ୟବଦ୍ଧତା ସୃଷ୍ଟି କରିବ l ଏହି ଉତ୍ସବ ପାଳନ ଦ୍ୱାରା ଇଫକୋ ପରିବାର ସୁଦୃଢ ହେବା ସହ ଆମ ମଧ୍ୟରେ ଆତ୍ମୀୟତା ବୃଦ୍ଧି ପାଇବ ବୋଲି ଅଧ୍ୟକ୍ଷ କହିଥିଲେ l ସେ କହିଥିଲେ ଯେ ଇଫକୋ କେବଳ ଅର୍ଥ ଉପାର୍ଜନ କରିବାର ଏକ ସଂସ୍ଥା ନୁହେଁ, ଏହା ଭାରତ ସରକାର ଙ୍କ ସହଯୋଗରେ କୃଷକ ଙ୍କ ସେବା ଓ ସେମାନଙ୍କ ସ୍ୱାର୍ଥ ସୁରକ୍ଷା ନିମିତ୍ତ ଏକ ଅନୁଷ୍ଠାନ l ତେବେ ପ୍ରଥମେ ଇଫକୋ ଦ୍ୱାରା ପ୍ରସ୍ତୁତ ନାନୋ ୟୁରିଆ ଓ ନାନୋ ଡ଼ିଏପି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରି ଭାରତ ପାଇଁ ଗୌରବ ଆଣିବା ସହିତ ଏହାର ପ୍ରୟୋଗ କୃଷକ ମାନଙ୍କ ପାଇଁ ବେଶ ଉପାଦେୟ ହୋଇପାରିଛି l ଏହି ଅବସରରେ ଇଫକୋ ର ପ୍ରତିଷ୍ଠାତା ଡ଼ଃ. ୟୁ.ଏସ. ଅବସ୍ତି ଙ୍କ ଅବଦାନ ସମ୍ପର୍କରେ ଉଲ୍ଲେଖ କରି ତାଙ୍କର ଦୁରଦୃଷ୍ଟି ଓ ଦିଗଦର୍ଶନ ଇଫକୋ କୁ ଶୀର୍ଷରେ ପହଞ୍ଚାଇ ପାରିଛି ବୋଲି ଇଫକୋ ଅଧ୍ୟକ୍ଷ ଶ୍ରୀ ସାଙ୍ଘାନୀ ଉଲ୍ଲେଖ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଇଫକୋ ଫୁଲପୁର ୟୁନିଟ ମୁଖ୍ୟ ସଞ୍ଜୟ କୁଦେଶିଆ ସପତ୍ନୀକ ଯୋଗଦେଇଥିବା ବେଳେ ପାରାଦୀପ ଇଫକୋ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଅଧିକାରୀ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l ଏହି ମହୋତ୍ସବ ରେ ପାରାଦୀପ ଇଫକୋ ସମେତ ଫୁଲପୁର, କଲୋଲ, ଆଅଁଲା, କାଣ୍ଡଲା, ମୁଖ୍ୟ କାର୍ଯ୍ୟାଳୟ ଓ ମାର୍କେଟିଙ୍ଗ ର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ l