ଆଶା କର୍ମି ଙ୍କୁ ବଳାତ୍କାର ଉଦ୍ୟମ,ପୁଲିସ ର ତଦନ୍ତ ରେ ଅସନ୍ତୋଷ ପ୍ରକାଶ କରି ସଙ୍ଘ ପକ୍ଷରୁ ଥାନା ର ଦ୍ୱାରସ୍ଥ।

0 148
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ଜୈନିକା ଆଶା କର୍ମି ସଂଯୁକ୍ତା ନାଏକ ଙ୍କୁ ଡାକ୍ତରଖାନା ମହିଳା ଶୌଚାଳୟ ରେ ଜଣେ ଅସାମାଜିକ ଯୁବକ ବଳାତ୍କାର ଉଦ୍ୟମ କରିଥିବା ନେଇ ପିଡିତା ଆଶା କର୍ମି ଗତ ୪ ତାରିଖରେ କୋକସରା ଥାନା ର ଦ୍ୱାରସ୍ଥ ହୋଇ ଅଭିଯୁକ୍ତ ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁଲିଖିତ ଅଭିଯୋଗ କରିଥିଲେ।ତେବେ ଘଟଣା ର ୯ ଦିନ ପରେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶୁକ୍ରବାର ପିଡିତା ଆଶା କର୍ମି ଙ୍କ ନ୍ୟାୟ ପ୍ରଦାନ ଓ କାର୍ଯ୍ୟାନୁଷ୍ଠାନ ଦାବି ରେ କୋକସରା ବ୍ଲକ ଆଶା କର୍ମି ସଙ୍ଘ ନେତ୍ରୀ ଙ୍କ ନେତୃତ୍ୱରେ ଶତାଧିକ ଆଶା କର୍ମି ନ୍ୟାୟ ପ୍ରଦାନ ଦାବି ରେ ପୁଣିଥରେ ଥାନା ର ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅଭିଯୋଗ ମତେ ଗତ ୨ ତାରିଖରେ ଜୈନିକା ଆଶା କର୍ମି ନବ ଜନ୍ମିତ ଛୁଆ ମାନଙ୍କ ଜନ୍ମ ପ୍ରମାଣପତ୍ର ନେବାକୁ ଡାକ୍ତରଖାନା କୁ ଆସି ମହିଳା ୱାର୍ଡ ରେ ଥିବା ଶୌଚାଳୟ କୁ ଶୌଚ ପାଇଁ ଯାଇଥିବା ବେଳେ ଡାକ୍ତରଖାନାରେ ସ୍ୱିପର ଥିବା ସୁଦର ନାଏକ ନାମକ କର୍ମଚାରୀ ର ପୁଅ  କୁଶ ନାଏକ(ସାନ) ବଳପୂର୍ବକ ଶୌଚାଳୟ ରେ ପଶି ଆଶା କର୍ମି ଙ୍କୁ ଅଶ୍ଳୀଳ ଆଚରଣ କରି ବଳାତ୍କାର ପାଇଁ ଉଦ୍ୟମ କରିବା ପାଇଁ ଚେଷ୍ଟା କରିଥିଲା।ତେବେ ଆଶା କର୍ମି ଚିତ୍କାର କରିବାରୁ ଘଟଣାସ୍ଥଳ ରୁ କୁଶ ନାଏକ ଚମ୍ପଟ ମାରିଥିଲା। ପରେ ଆଶା କର୍ମି ଭୟଭୀତ ହୋଇ ନିଜ ଘର କୁ ଯାଇ ସ୍ୱାମୀ ଘରେ ନଥିବାରୁ ଗତ ୪ ତାରିଖରେ ସ୍ୱାମୀ ଙ୍କ ସହ ଆସି କୋକସରା ଥାନା ରେ ଅଭିଯୋଗ କରିଥିଲେ। ତେବେ କୋକସରା ପୁଲିସ ପକ୍ଷରୁ କେଶ ରେଜିଷ୍ଟ୍ରେସନ କରି ଚୁପ ରହିବା ସହ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ବ୍ଲକ ଆଶା କର୍ମି ସଙ୍ଘ ର ବ୍ଲକ ସଭାପତି ରମଣୀ ଦଣ୍ଡସେନା, ସମ୍ପାଦିକା ଜାଜ୍ଞାସେନି ମହାନ୍ତି ପିଡିତା ଆଶା କର୍ମି ସଂଯୁକ୍ତା ନାଏକ ପୋଲିସ ର ଦ୍ୱାରସ୍ଥ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏନେଇ କୋକସରା ଆଇଆଇସି ସ୍ନିଗ୍ଧା ରାଣି ସୁନା ଙ୍କ।ପ୍ରତିକ୍ରିୟା ନେବାରୁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି, ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି, ଶୀଘ୍ର ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି କହିଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶା କର୍ମି ସଙ୍ଘ ପକ୍ଷରୁ କଳାହାଣ୍ଡି ସିଡିଏମଓ ଙ୍କୁ  ମଧ୍ୟ ଦାବି କରାଯାଇଛି।
Leave A Reply

Your email address will not be published.