ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଘଣ୍ଟିଗୁଡା ଠାରେ ଥିବା ଅଙ୍ଗନୱ।ଡି କେନ୍ଦ୍ର ରେ କାର୍ଯ୍ୟରତ ଅଙ୍ଗନୱ।ଡି ଦିଦି ଶିଶୁ,ପ୍ରସୂତି ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ ଆସୁଥିବା ଖାଦ୍ୟ କୁ ବାଟ ମାରଣା କରୁଥିବା ନେଇ ଅଭିଯୋଗ କରି ଆଜି ଘଣ୍ଟିଗୁଡା ଗ୍ରାମ ର ମହିଳା ହିତାଧିକାରୀ ମାନେ ଅଙ୍ଗନୱ।ଡି କେନ୍ଦ୍ର ରେ ପହଞ୍ଚି ପ୍ରତିବାଦ କରିଛନ୍ତି। ଅଭିଯୋଗ ମତେ ଅଙ୍ଗନୱ।ଡି କର୍ମି ସୁଶିଳା ଧଙ୍ଗଡା ମାଝୀ ଶିଶୁ,ପ୍ରସୂତି ଓ ଗର୍ଭବତୀ ମାନଙ୍କ ପାଇଁ ଆସୁଥିବା ଛତୁଆ,ଅଣ୍ଡା,ସୁଷମ ଖାଦ୍ୟ ସାମଗ୍ରୀ ଯୋଗାଣ ରେ ଅନିୟମିତତା କରି ଆସୁଥିବା ଅଭିଯୋଗ କରିଛନ୍ତି। କର୍ମି ଙ୍କୁ ଅଭିଯୋଗ କଲେ ଓଲଟା କର୍ମି ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ଆଜି ପୁଷ୍ପାଞ୍ଜଳି ଧ .ମାଝୀ, ଦମୟନ୍ତୀ ଦାସ, ତରୁଣୀ ସହିନି, ଦେବନ୍ତି ଚଳାନ, ମୁକ୍ତା ଚଳାନ, ସଂତୋଷିନି ଦଣ୍ଡସେନା , ଅଞ୍ଜଳି ଦାସ , ସସ୍ମିତା ଚଳାନ, ଦେବାଞ୍ଜଳି ମାଝୀ, ଲଳିତା ପ୍ରଧାନି, ମାଧବୀ ଧ .ମାଝୀ, ଯୋଶୋଦା ଦଣ୍ଡସେନା, ପ୍ରତିମା ଧ .ମାଝୀ, କବିତା ଚାଳନ, ଭାନୁ ମାଝୀ ପ୍ରମୁଖ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ଏନେଇ ସମନ୍ୱୟ ଶିଶୁ ବିକାଶ ପ୍ରକଳ୍ପ ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି।