ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରି ତେଲ

0 15

ପୁରୀ,: ସୋମବାର ମହାପ୍ରଭୁଙ୍କୁ ଲାଗି ହୋଇଛି ଫୁଲୁରି ତେଲ । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ଦାରୁବିଗ୍ରହ । ସେହିଦିନ ଠାରୁ ଅଣସର ଘରେ ଶ୍ରୀଜିଉଙ୍କ ଉପଶମ ଲାଗି ଚାଲିଛି ଉପଚାର । ଅନବସରର ପଞ୍ଚମୀ ତିଥିରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରୀ ତେଲ । ବଡ଼ ଓଡ଼ିଆ ମଠରେ ଏହା ପ୍ରସ୍ତୁତ କରାଯାଇଛି । ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ମିଶ୍ରିତ ଫୁଲୁରୀ ତେଲ ଶ୍ରୀଅଙ୍ଗରେ ମର୍ଦ୍ଦନ କରାଯିବ । ଆୟୁର୍ବେଦୀୟ ଉପଚାରରେ ଧିରେଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଏବେ ମହାପ୍ରଭୁଙ୍କ ତାଟି ଘରେ ଧଳା ଫୁଲ ଓ ଏକବସ୍ତ୍ର ପରିଧାନ ସହ ଫଳମୂଳ ଭୋଗ ଲାଗି କରାଯାଉଛି । ଗତ ହେରାପଞ୍ଚମୀ ତିଥିରେ ଏକ ମାଟିପାତ୍ରରେ ଏହାକୁ ପ୍ରାୟ ଏକ ବର୍ଷ ପୂର୍ବେ ମାଟି ତଳେ ପୋତି ରଖାଯାଇଥିଲା । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତାହାକୁ ବାହାର କରି ପଞ୍ଚମୀ ଦିନ ତେଲକୁ ଛାଣି ଅମୁଣିଆ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠା ଯାଇଥିଲା । ପତିମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରୀ ତେଲକୁ ନେଇ ଶ୍ରୀଅଙ୍ଗରେ ମର୍ଦ୍ଦନ କରିଛନ୍ତି । ଏହି ତେଲ ମଖାଯିବା ପରେ ମହାପ୍ରଭୁଙ୍କ ପୀଡ଼ା ଲାଘବ ହେବ ।

Leave A Reply

Your email address will not be published.